ଜୟାଙ୍କୁ ନେଇ କ’ଣ କହିଲେ ଅମିତାଭ

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ଏବେ ‘କୌନ ବନେଗା କରୋଡ଼ ପତି’ ଶୋର ଉପସ୍ଥାପକ ଅଛନ୍ତି। ୮୨ ବର୍ଷରେ ମଧ୍ୟ ବିଗ ବି କାମ କରୁଥିବା ତାଙ୍କ ଫ୍ୟାନ୍ସମାନଙ୍କୁ ପ୍ରେରଣା ଦିଏ। ଶୋ ହୋଷ୍ଟିଂ ସମୟରେ ଜୀବନ ସହ ଜଡ଼ିତ ଅନେକ କିଛି କଥା ବିଗ୍ ବି ଦର୍ଶକଙ୍କୁ କହିଥାନ୍ତି। ନିକଟରେ ଅମିତାଭ କେବିସି ସେଟ୍‌ରେ ନିଜର ପାରିବାରିକ ଜୀବନର ଏକ ଗୁମର ଖୋଲିଛନ୍ତି। କହିଛନ୍ତି ଯେତେବେଳେ ତାଙ୍କୁ ତାଙ୍କ ପତ୍ନୀ ଅର୍ଥାତ ଜୟାଙ୍କ ଫୋନ୍ ଆସେ ସେ ହଠାତ ବିଚଳିତ ହୋଇଯାଆନ୍ତି।

‘କୌନ ବନେଗା କରୋଡ଼ ପତି’ ରେ ବିଗ ବି କହିଛନ୍ତି ଯେତେବେଳେ ତାଙ୍କ ଘରକୁ ଗେଷ୍ଟ ଆସନ୍ତି ଏବଂ ସେତେବେଳେ ଜୟା ବଚ୍ଚନ ବଙ୍ଗଳୀରେ କଥାବାତ୍ତା କରନ୍ତି। ସେହି ସମୟରେ ଅମିତାଭ ଏପରି ନିଜର ଆବଭାବ ରଖିଥାନ୍ତି ଯେମିତି ସେ ସବୁ ବଙ୍ଗଳା ବୁଝି ପାରୁଛନ୍ତି। ହେଲେ ସେ ସେଠାରେ କିଛି ବୁଝି ପାରନ୍ତି ବୋଲି କେବିସି ସେଟରେ କହିଛନ୍ତି। ନିକଟରେ ଗୋଆରେ ବିଗ ବି ଏକ ଫିଲ୍ମ ସୁଟିଂ କରୁଥିଲେ। ସେହି ସମୟରେ ଜୟାଙ୍କ ଫୋନ୍ ଅମିତାଭ ବଚ୍ଚନଙ୍କ ପାଖକୁ ଆସିଥିଲା। ସାଧାରଣରେ ସେମାନେ ପରସ୍ପର ମେସେଜରେ କଥା ହୁଅନ୍ତି ବୋଲି କହିଥିଲେ ବିଗ ବି। ହେଲେ ଏଥର ଜୟା ଫୋନ୍ କଲେ ଏବଂ ମୁଁ ହଠାତ ବିଚଳିତ ହୋଇପଡ଼ିଥିଲି। ଏହା ସହ କହିଥିଲେ ଯେତେବେଳେ ଜୟା ଫୋନ୍ କରନ୍ତି ସେ ବିଚଳିତ ହୋଇପଡ଼ନ୍ତି। ଏବଂ ଭାବନ୍ତି ଏବେ କ’ଣ ହେବ।

ଅମିତାଭ ଆଗକୁ କହିଛନ୍ତି ଜୟା ଫୋନ୍ କଲେ ବଙ୍ଗାଳୀରେ କୁହନ୍ତି। ସେହି ସମୟରେ ପାଖରେ ଲୋକ ଥିଲେ। କେବଳ ହଁ ହଁ କହୁଥିଲେ। ହେଲେ କିଛି ସମୟ ପରେ ଫୋନରେ ଜୟାଙ୍କୁ କହିଥିଲେ ସେ ଯାହା କହିଲେ କିଛିି ବୁଝିପାରିଲେ ନାହିଁ ବୋଲି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *