ନୀତୀଶ କୁମାର ଅସୁସ୍ଥ, ସବୁ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ : ବିଗିଡିଲା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଥଣ୍ଡା ଏବଂ ପାଗ ପରିବର୍ତ୍ତନ ଯୋଗୁ ଭାଇରାଲ ଜ୍ୱରରେ ପୀଡିତ ହୋଇଛନ୍ତି ସେ । ତାଙ୍କୁ ବିଶ୍ରାମ ନେବାକୁ ଡ଼ାକ୍ତରମାନେ ପରାମର୍ଶ ଦେଇଛନ୍ତି। ଚିକିତ୍ସା ପରେ ଡ଼ାକ୍ତର ତାଙ୍କୁ ଘରକୁ ପଠାଇ ଦେଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ମନ୍ତ୍ରୀ,ନେତା ଓ ତାଙ୍କର ସମର୍ଥକମାନେ ଆଶୁ କାମନା କରିଛନ୍ତି ।

ସିଏମ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ସେ ଭାଇରାଲ ଜ୍ୱରରେ ପୀଡ଼ିତ ହୋଇଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଟିକେ ଅସ୍ୱାସ୍ଥ୍ୟକର ହୋଇପଡିଛି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ତେଣୁ ଆଜି ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଦିଆଯାଇଛି। ନୀତୀଶ କୁମାରଙ୍କୁ ଆଜି ପାଟନା ଠାରୁ ରାଜଗିର ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ହେଲେ ଶେଷ ମୁହୂର୍ତ୍ତରେ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି । ତାଙ୍କ ଅସୁସ୍ଥତା ହେତୁ ସିଏମ କୌଣସି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *