ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦଣ୍ଡ, ସ୍ୱର୍ଣ୍ଣ ମନ୍ଦିର ଦୁଆରେ ଦେଉଛନ୍ତି ପହରା

ନୂଆଦିଲ୍ଲୀ: ସ୍ୱର୍ଣ୍ଣ ମନ୍ଦିରରେ ପହରା ଦେଉଛନ୍ତି ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ । କେବଳ ସେତିକି ନୁହେଁ, ସେ ଏକ ଘଣ୍ଟା ପାଇଁ ବାଥରୁମ ସଫା କରିବା ସହ ଅଇଁଠା ବାସନ ଧୋଇବାକୁ ବି ପଡ଼ୁଛି । ଏହାପରେ ସେ କୀର୍ତ୍ତନ ବି ଶୁଣୁଛନ୍ତି । ତାଙ୍କୁ ମିଳିଛି ଏହି ଦଣ୍ଡ । ଆଉ ତାଙ୍କୁ ଦଣ୍ଡିତ କରିଛନ୍ତି ଶିଖ ଧର୍ମଗୁରୁ। ଏହି ଦଣ୍ଡ ଏତେ କଡ଼ା ଯେ ବାଦଲଙ୍କ ଗୋଡ଼ ଭାଙ୍ଗିଯାଇଥିବା ସତ୍ତ୍ୱେ ବି ତାଙ୍କୁ ହ୍ୱିଲ୍ ଚେୟାରରେ ବସି ସେବାଦାର ପୋଷାକ ପିନ୍ଧି ବର୍ଚ୍ଛା ଧରି ସ୍ୱର୍ଣ୍ଣ ମନ୍ଦିରରର ପବିତ୍ର ପ୍ରବେଶ ଦ୍ୱାରରେ ପହରା ଦେବାକୁ ପଡ଼ିଛି । ଏହାକୁ ନେଇ ପଞ୍ଜାବ ସହିତ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ ଯେ, ୨୦୦୭ରୁ ୨୦୧୭ଯାଏ ପଞ୍ଜାବରେ ଶିରୋମଣି ଅକାଳି ଦଳର ସରକାର ଥିଲା। ମୁଖ୍ୟମନ୍ତ୍ରୀ ଥିଲେ ସୁଖବୀର ସିଂହ ବାଦଲ। ତାଙ୍କର ଶାସନ ସମୟରେ ସେ ଯେଉଁ ତ୍ରୁଟି କରିଛନ୍ତି ସେଥିପାଇଁ ତାଙ୍କୁ ଏହି ଧାର୍ମିକ ଦଣ୍ଡର ସାମ୍ନା କରିବାକୁ ପଡ଼ିଛି। ଯାହାକୁ ଶିଖ୍ ଭାଷାର ତନଖା ବୋଲି କୁହାଯାଏ। ସୁଖବୀର ସିଂହ ବାଦଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଡେରା ସଚ୍ଚା ସୈଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂଙ୍କୁ ବିବାଦୀୟ ଢଙ୍ଗରେ କ୍ଷମା କରିବା, ୨୦୧୫ ରେ ହୋଇଥିବା ଗୁରୁ ଗ୍ରନ୍ଥ ସାହେବର ଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନରେ ବିଫଳ ହେବା ଆଦି ଭୁଲ୍ କରିଥିଲେ। ଏଥିପାଇଁ ତାଙ୍କୁ ଧାର୍ମିକ ଦଣ୍ଡ ମିଳିଛି। ତେବେ ଦଣ୍ଡ ମିଳିବା ପୂର୍ବରୁ ଶ୍ରୀ ବାଦଲ ମଧ୍ୟ ଏକାଧିକ ଭୁଲ୍ କରିଥିବା ସ୍ୱୀକାର କରିଥିଲେ। ପରେ ମୁଖ୍ୟପଦରୁ ଇସ୍ତଫା ଦେଇଥିଲେ। କେବଳ ବାଦଲ ନୁହଁନ୍ତି ତାଙ୍କ ଦଳର ଅନ୍ୟନେତମାନେ ମଧ୍ୟ ଦଣ୍ଡିତ ହୋଇଛନ୍ତି। ଶିଖ ଧର୍ମଗୁରୁମାନେ ଏମାନଙ୍କୁ ତନଖାୟା ଘୋଷଣା କରିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *