ମହାକୁମ୍ଭରେ ସାମିଲ ହୋଇଛନ୍ତି ୧୦ବର୍ଷର ନାଗା ସାଧୁ

ନୂଆଦିଲ୍ଲୀ: ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭମେଳାରେ ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥଙ୍କ ସମାଗମ ହୋଇଛି। ଖାସ୍‌କରି କୁମ୍ଭମେଳାରେ ନାଗା ସାଧୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । କୁହାଯାଏ, ଅନ୍ୟ ସମୟରେ ସେମାନେ ହିମାଳୟ କିମ୍ବା ଜଙ୍ଗଲରେ ରହି ଧ୍ୟାନ କରିଥାନ୍ତି । କେବଳ କୁମ୍ଭମେଳାରେ ହିଁ ସାଧାରଣ ଲୋକଙ୍କ ଗହଣକୁ ଆସିଥାଆନ୍ତି। ଚଳିତଥର କୁମ୍ଭମେଳାରେ ସବୁଠାରୁ ଛୋଟ ନାଗା ସାଧୁଙ୍କୁ ଦେଖିବାକୁ ମିଳିଛି। ଉକ୍ତ ନାଗା ସାଧୁଙ୍କ ବୟସ ମାତ୍ର ୧୦ବର୍ଷ ଥିବା କୁହାଯାଉଛି। ୮୦ବର୍ଷର ବୃଦ୍ଧା ବି କୁମ୍ଭମେଳାରେ ଏହି ବାଳକ ନାଗା ସାଧୁଙ୍କ ଆର୍ଶୀବାଦ ନେବା ପାଇଁ ପହଞ୍ଚୁଛନ୍ତି।

ଏହି କୁନି ନାଗା ସାଧୁ ଚକୋଲେଟ ଖାଇବାକୁ ଖୁବ ପସନ୍ଦ କରନ୍ତି। ତେଣୁ ତାଙ୍କ ଭକ୍ତମାନେ ମିଠା, ଚକୋଲେଟ ନେଇ ଆସିଥାଆନ୍ତି। ସେ ସନାତନ ପରମ୍ପରାକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଉକ୍ତ ନାଗା ସାଧୁ ଜଣକ ବିଷ୍ଣୁ ଗିରି ମହାରାଜଙ୍କ ଶିଷ୍ୟ । ଯିଏକି ସଂସ୍କୃତ ଶ୍ଳୋକକୁ ଅତି ସ୍ପଷ୍ଟ ଭାବେ ଗାନ କରିଥାଆନ୍ତି। ଏହି ବାଳକ ନାଗା ସାଧୁ ଯେତେବେଳେ ଭଜନ ଗାନ କରନ୍ତି ଶ୍ରୋତାଙ୍କ ପ୍ରବଳ ଭିଡ଼ ଲାଗିଥାଏ। କୁମ୍ଭରେ ସବୁଠୁ ବଡ଼ ଦୁଇ ନାଗା ଆଖଡା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରନ୍ତି। ଏଥିରେ ବାରଣାସୀର ମହାପରିନିର୍ବାଣ ଆଖଡା ଓ ପଞ୍ଚଦଶନାମ ଜୁନା ଆଖଡା ଅଛନ୍ତି। ଅଧିକାଂଶ ନାଗା ସାଧୁ ଏହି ଦୁଇ ଆଖଡ଼ାରୁ ଆସିଥାଆନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *