ଦିଲ୍ଲୀ ରେଳ ଷ୍ଟେସନର ଦଳାଚକଟା ଘଟଣା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅଘଟଣ ଘଟଣା । କାଳ ରାତ୍ରି ଯାତ୍ରୀଙ୍କ ପାଇଁ ହେଲା କାଳ । ଦଳା ଚକଟା ନେଇଗଲା ୧୮ ଲୋକଙ୍କ ଜୀବନ  । ଲୋକଙ୍କ ମୃତ୍ୟୁକୁ ଆଖି ଆଗରେ ଦେଖିଲେ ଷ୍ଟେସନରେ ଉପସ୍ଥିତ କୁଲି । ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗହଳି ଆଗରେ ନିରୁପାୟ ହୋଇଯାଇଥିଲେ । ସେଥି ମଧ୍ୟରୁ କୁଲି କହିଛନ୍ତି କାଳ ରାତ୍ରିର ଲୋମଟାଙ୍କୁରା କଥା ।

ସେ କହିଛନ୍ତି ଯେ , ମୁଁ ୧୯୮୧ ମସିହାରୁ କୁଲି ଭାବରେ ଏଠାରେ କାର୍ଯ୍ୟ କରୁଛି , କିନ୍ତୁ ମୁଁ ପୂର୍ବରୁ ଏପରି ଭିଡ କେବେ ଦେଖି ନଥିଲି। ପ୍ରୟାଗରାଜ ସ୍ପେଶାଲ୍ ଟ୍ରେନ ପ୍ଲାଟଫର୍ମ ନମ୍ବର ୧୨ରୁ ଛାଡିଥାନ୍ତା , କିନ୍ତୁ ଉକ୍ତ ଟ୍ରେନଟି ପ୍ଲାଟଫର୍ମ ନମ୍ବର ୧୬କୁ ସିଫ୍ଟ କରାଯାଇଥିଲା। ଏହି ସମୟରେ ପ୍ଲାଟଫର୍ମ ୧୨ରେ ଅପେକ୍ଷା କରୁଥିବା ଯାତ୍ରୀ ଏବଂ ବାହାରେ ଅପେକ୍ଷା କରିଥିବା ଯାତ୍ରୀ ଏକାସହ ପ୍ଲାଟଫର୍ମ ୧୬ରେ ପହଞ୍ଚିବାକୁ ଚେଷ୍ଟା କଲେ,ସେତେବେଳେ ଲୋକମାନେ ଠେଲାପେଲା ହୋଇ ଏସ୍କାଲେଟର ଏବଂ ଶିଡି ଉପରେ ପଡ଼ିଗଲେ । ସେଠାରେ ଉପସ୍ଥିତ କୁଲି ଭାଇମାନେ  ଦୌଡିକି ଆସି ରାସ୍ତା ଅବରୋଧ କରି ଲୋକଙ୍କୁ ଅଟକାଇ ଥିଲେ ଓ ମୃତକମାନଙ୍କୁ ସେଠାରୁ ବାହାର କରିଥିଲୁ ।

ଆହୁରି ମଧ୍ୟ ସେ କହିଛନ୍ତି, ଆମେ ନିଜେ ୧୫ଜଣଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ରଖିଥିଲୁ । ପ୍ଲାଟଫର୍ମରେ କେବଳ ଜୋତା ଏବଂ ପୋଷାକ ପଡିଥିଲା ।  ଏହି ହୃଦୟଥରା ଘଟଣା ଦେଖିଲା ପରେ ରାତିରେ ଆଉ ଖାଇବା ମଧ୍ୟ ଖାଇ ପାରି ନାହିଁ । ତିନି ଘଣ୍ଟା ଯାଏଁ ଆମର କୁଲି ଭାଇମାନେ ସମସ୍ତଙ୍କୁ ବହୁତ ସାହାଯ୍ୟ କରିଛନ୍ତି । ଆମେ ପୋଲିସ, ଦମକଳ ଗାଡିକୁ ଖବର ଦେଇଥିଲୁ ଓ ତିନି ଚାରିଟା ଆମ୍ବୁଲାନ୍ସ ସେଠାରେ ପହଞ୍ଚି ଲୋକଙ୍କୁ ଡାକ୍ତରଖାନା ନେଇକି ଯାଇଥିଲା 

ସେହିପରି ପ୍ଲାଟଫର୍ମରେ ଦୋକାନ କରିଥିବା ରବି ନାମକ ଜଣେ ବ୍ୟକ୍ତି କହିଛନ୍ତି, ଗତକାଲି ରାତିରେ ମଧ୍ୟ ଦୋକାନ ଖୋଲା ଥିଲା ମୋର । ଏପରି ଭିଡ଼ କେବେ ଦେଖିନଥିଲି । ଏତେ ଭୟଙ୍କର ଭିଡ଼ ଦେଖି ଆମେ ଭୟଭୀତ ହୋଇଗଲୁ । ଯେତେବେଳେ ପ୍ରୟାଗରାଜ ଏକ୍ସପ୍ରେସ ପ୍ଲାଟଫର୍ମ ନମ୍ବର ୧୪ରେ ପହଞ୍ଚିଲା ସେତେବେଳେ ଏହି ଦଳାଚକଟା ହୋଇଥିଲା ।  ଲୋକମାନେ ଜଣଙ୍କ ଉପରେ ଜଣେ ପଡିଯାଇଥିଲେ । ଏହି ଦୁର୍ଘଟଣା ଶିଡିରେ ଘଟିଥିଲା ​​।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *