ନୂଆଦିଲ୍ଲୀ: ମଶାଲ ଶୋଭାଯାତ୍ରାରେ ଜଳିଗଲେ ୫୦ । ୨୬/୧୧ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଏହା ଘଟିଛି । ଶୋଭାଯାତ୍ରା ସମୟରେ ମଶାଲରେ ତେଲ ପକାଉଥିବା ବେଳେ ହଠାତ୍ ନିଆଁ ଜଳି ଉଠିଥିଲା । ଫଳରେ ୫ ଜଣ ଜଳିଯାଇଥିଲେ । ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୧୨ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ବଡ଼ ଦୁର୍ଘଟଣା ମଧ୍ୟପ୍ରଦେଶର ଖଣ୍ଡୱାରେ ଘଟିଛି ।
ଖଣ୍ଡୱାର ଘଣ୍ଟାଧର ଚୌକ ନିକଟରେ ୨୬/୧୧ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଏକ ମଶାଲକୁ ଧରି ଲୋକେ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ଘଣ୍ଟାଘର ଟାୱାରରେ ଶେଷ ହୋଇଥିଲା । ଏହି ସମୟରେ ମଶାଲରେ ତେଲ ପକାଉ ପକାଉ ଅଧିକ ପଡ଼ିଯିବାରୁ ହଠାତ୍ ଜଳି ଉଠିଥିଲା ନିଆଁ । ଆଖପାଖ ଅଞ୍ଚଳ ପୂରା ଜଳିଯାଇଥିଲା । ଫଳରେ ୫୦ରୁ ଊର୍ଦ୍ଧ୍ୱ ଜଳିଯାଇଥିଲେ । ପରେ ଲୋକେ ପ୍ରାଣ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ ।
ଖବର ପାଇଁ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅଧିକାଂଶ ଲୋକଙ୍କ ମୁହଁ ଓ ହାତ ଜଳି ଯାଇଛି । ୫୦ ଜଣଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ସେଥିମଧ୍ୟରୁ ୧୨ ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ।