ନୂଆଦିଲ୍ଲୀ: ଭାରତ ରତ୍ନ ଦେଶର ସବୋର୍ଚ୍ଚ ନାଗରିକ ସମ୍ମାନ। ଏହା ଏପର୍ଯ୍ୟନ୍ତ ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ଦିଆଯାଇଛି। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ଏପର୍ଯ୍ୟନ୍ତ ୭ ଜଣ ପ୍ରଧାନମନ୍ତ୍ରୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି। ଆସନ୍ତୁ ଜାଣିବା କେଉଁ କେଉଁ ପ୍ରଧାନମନ୍ତ୍ରୀଙ୍କ ଭାରତ ରତ୍ନ ମିଳିଛି। ସେମାନଙ୍କ ନାଁ।
ପଣ୍ଡିତ ଜବାହରଲାଲ ନେହେରୁ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ । ୧୯୫୫ରେ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଭାରତ ରତ୍ନରେ ସମ୍ମାନୀତ କରାଯାଇଥିଲା। ନେହେରୁ ସ୍ୱତନ୍ତ୍ରତା ସଂଗ୍ରାମରେ ଗୁରୁତ୍ୱପୂ୍ର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଲାଲ ବାହାଦୁର ଶାସ୍ତ୍ରୀ: ଭାରତ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ। ତାଙ୍କୁ ୧୯୬୬ରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଜୟ ଯବାନ, ଜୟ କିଷାନ ନାରା ଦେଉଥିବା ଶାସ୍ତ୍ରୀ ଭାରତକୁ ଏକତା ଏବଂ ସଶକ୍ତିକରଣ ଦିଗରେ ଯିବାକୁ ପ୍ରେରଣା ଦେଇଥିଲେ।
ଇନ୍ଦିରା ଗାନ୍ଧୀ: ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୧ ମସିହାରେ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ଭାରତର ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିଥିଲେ। ଏବଂ ସେହି ଚ୍ୟାଲେଞ୍ଜକୁ ପୂର୍ଣ୍ଣ କରିବାର ସଫଳ ମଧ୍ୟ ହୋଇଥିଲେ ଇନ୍ଦିରା ଗାନ୍ଧୀ।
ରାଜୀବ ଗାନ୍ଧୀ: ଭାରତର ସବୁଠାରୁ ଯୁବା ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୯୧ରେ ଭାରତ ରତ୍ନ ପାଇଥିଲେ। ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଦୂର ସଂଚାର କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିଲା।
ଅଟଳବିହାରୀ ବାଜପେୟୀ: ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ୨୦୧୫ରେ ଭାରତ ରତ୍ନ ପୁରସ୍କାରରେ ସମ୍ମାନୀତ ହୋଇଥିଲେ। ବାଜପେୟୀଙ୍କ ନେତୃତ୍ୱରେ ଭାରତ ପରମାଣୁ ପରୀକ୍ଷଣ, ସଡ଼କ ଏବଂ ଅଧାରଭୂତ ସରଂଚନା ବିକାଶ କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେଇଥିଲେ।
ଚୌଧୁରୀ ଚରଣ ସିଂ: ୨୮ ଜୁଲାଇ ୧୯୭୯ରୁ ୧୪ ଜାନୁଆରୀ ୧୯୮୦ ସମୟ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଚୌଧୁରୀ ଚରଣ ସିଂ। କାର୍ଯ୍ୟ ଏବଂ ଯୋଗଦାନକୁ ସମ୍ମାନ ଦେଇ ଭାରତ ସରକାର ୨୦୨୪ରେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିଥିଲେ।
ପିବି ନରସିଂହ ରାଓ: ୧୯୯୧ରୁ ୧୯୯୫ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ପିବି ନରସିଂହ ରାଓ। ୨୦୨୪ରେ ତାଙ୍କୁ ଭାରତ ରତ୍ନରେ ସମ୍ନାନୀତ କରାଯାଇଥିଲା।