ପାକିସ୍ତାନ ପରେ ଦେବାଳିଆ ସ୍ଥିତିରେ ନେପାଳ

କାଠମାଣ୍ଡୁ : ପାକିସ୍ତାନ ପରେ ଦେବାଳିଆ ସ୍ଥିତିରେ ନେପାଳ । ଗମ୍ଭୀର ଆର୍ôଥକ ସଂକଟ ଦେଇ ଗତି କରୁଛି ନେପାଳ । ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଛି ଅସନ୍ତୁଳନ । ଗତ ଜୁଲାଇରୁ ନଭେମ୍ୱର ମଧ୍ୟରେ ୪୬୦ ବିଲିୟନ ଡଲାର କ୍ଷତି ହୋଇଛି । ଆର୍ôଥକ ବର୍ଷର ୪ମାସରେ ୫୧୩ ବିଲିୟନ ସାମଗ୍ରୀ ଆମଦାନୀ ହୋଇଥିବାବେଳେ ୫୨.୬୭ ବିଲିୟନ ହୋଇଛି ରପ୍ତାନୀ । ଯାହାକି ଆର୍ôଥକ ସଂକଟର ମୂଳ କାରଣ ବୋଲି କୁହାଯାଉଛି । ଚୀନ ସହ ବନ୍ଧୁତା କରିବା ନେପାଳକୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।

କଷ୍ଟମ୍‌ସ ବିଭାଗ ରିପୋର୍ଟ କହୁଛି ଚଳିତ ଆର୍ôଥକ ବର୍ଷର ପ୍ରଥମ ଚାରି ମାସରେ ନେପାଳର ବିତ୍ତିଅ ନିଅଣ୍ଟ ୪୬୦.୭୧ ବିଲିୟନରେ ପହଞ୍ଚିଛି । ଗତ ବର୍ଷ ତୁଳନାରେ କଷ୍ଟମ୍‌ସ ବିଭାଗ ଅନୁଯାୟୀ, ଏଥର ଜୁଲାଇରୁ ନଭେମ୍ବର ମଧ୍ୟଭାଗରେ ଆମଦାନୀରେ ୦.୧୭ ପ୍ରତିଶତ ବୃଦ୍ଧି ଏବଂ ରପ୍ତାନୀରେ ୪.୧୬ ପ୍ରତିଶତ ବୃଦ୍ଧି ଘଟିଛି । ଏହି ଅବଧି ମଧ୍ୟରେ ନେପାଳର ଭାରତ ସହିତ ବ୍ୟବସାୟିକ ସମ୍ପର୍କ ଉପରେ ବିଶେଷ ପ୍ରଭାବ ପଡିଛି । ଫଳରେ ଉଭୟଙ୍କ ମଧ୍ୟରେ ୨୮୧ ବିଲିୟନ କ୍ଷତି ହୋଇଛି। ଉଦାହରଣ ସ୍ୱରୂପ, କେବଳ ଜୁଲାଇରୁ ନଭେମ୍ବର ମଧ୍ୟରେ ନେପାଳ ଭାରତରୁ ୩୧.୭ ବିଲିୟନ ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା । ସେଥିରୁ ଡିଜେଲ (୨୯.୪ ବିଲିୟନ), ପେଟ୍ରୋଲ (୨୧.୫୬ ବିଲିୟନ) ଏବଂ ଏଲପିଜି (୧୮.୮୫ ବିଲିୟନ) ଡଲାର ଥିଲା । ଏହାର ପ୍ରତିବଦଳରେ ନେପାଳ ଭାରତକୁ ମାତ୍ର ୩୬ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଦେଇଛି।

ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳ ଚୀନ୍ ସହ ସମ୍ପର୍କକୁ ମଜବୁତ କରିଛି । ଏହି ସମୟରେ ସେ ପୁଣି ଥରେ ଚୀନ୍ ଗସ୍ତ କରିବାକୁ ଯାଉଛନ୍ତି ବୋଲି ଖବର ଆସିଛି । ଓଲି ସରକାର ବିଆରଆଇ (ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍‌) ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଯାହାକୁ ବିରୋଧ କରିଥିଲା ଭାରତ । ବୋଧହୁଏ ଏହି କାରଣରୁ ନେପାଳ ଅର୍ଥନୈତିକ କ୍ଷତି ସହିଛି ବୋଲି ଚର୍ଚ୍ଚା ହେଉଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *