ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ଉପହାର ଦେଲେ ପନ୍ତ

ନୂଆଦିଲ୍ଲୀ: ସବୁୁଠି ଋଷଭ ପନ୍ତଙ୍କୁ ନେଇ ଚର୍ଚ୍ଚା। କେତେବେଳେ ଆଇପିଏଲର ସବୁଠୁ ମହଙ୍ଗା ଖେଳାଳି ତ ଆଉ କେତେବେଳେ ତାଙ୍କ ମହାନତାକୁ ନେଇ ଚର୍ଚ୍ଚା। ଏଭଳି କିଛି ଋଷଭ କରିଛନ୍ତି ଯାହାକୁ ଆପଣ ମଧ୍ୟ ଶୁଣିଲେ ତାଙ୍କର ପ୍ରଶଂସା କରି ରହିପାରିବେନି। ପନ୍ତ ତାଙ୍କ ଜୀବନ ରକ୍ଷା କରିଥିବା ସେହି ଲୋକଙ୍କୁ ନ ଭୁଲି ସେମାନଙ୍କୁ ଦୁଇଟି ସ୍କୁଟର ଉପହାର ସ୍ବରୂପ ଦେଇଥିଲେ। ତେବେ ଅଷ୍ଟ୍ରେଲୀୟ ଗଣମାଧ୍ୟମ ଋଷଭ ପନ୍ତଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଋଷଭ ଦିଲ୍ଲୀରୁ ଘରକୁ ଫେରୁଥିଲାବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ୟ ଲାଗି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା ।

ସେହି ସମୟରେ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ଦୁଇଜଣ ଯୁବକ। ପନ୍ତଙ୍କୁ କାର ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ। ସେହି ସମୟରେ ପନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ଗୋଡ଼ରେ ମଧ୍ୟ ଆଘାତ ଲାଗିଥିଲା। ସୁସ୍ଥ ହେବା ପରେ ଋଷଭ ତାଙ୍କ ଉଦ୍ଧାର କରି ହସ୍ପିଟାଲ ପଠାଇଥିବା ୨ ଯୁବକଙ୍କୁ ଭୁଲି ନାହାଁନ୍ତି। ପନ୍ତଙ୍କୁ ଉଦ୍ଧାର କରିଥିବା ୨ ଜଣ ଯୁବକ ହେଲେ ରଜତ ଏବଂ ନିଶୁ। ସେମାନଙ୍କୁ କୃତଜ୍ଞତା ଜଣାଇ ଉପହାର ସ୍ୱରୁପ ତାଙ୍କୁ ସ୍କୁଟି ଉପହାର ଦେଇଛନ୍ତି। ଆଉ ସେଥିରେ ପନ୍ତଙ୍କ ନାଁ ମଧ୍ୟ ଲେଖାରହିଛି।

ରିଷଭ ସୁସ୍ଥ ହେବା ପରେ ଖେଳିବା ପାଇଁ ଫିଟନେସ୍ ସାର୍ଟିଫିକେଟ୍ ପାଇଥିଲେ। ଏହା ପରେ ପଡ଼ିଆରେ ଦେଖିବାକୁ ମିଳିଥିଲା ପନ୍ତ ଜବରଦସ୍ତ ଖେଳ।ଏବେ ଆଗାମୀ ବର୍ଷ ପାଇଁ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି ଋଷଭ ପନ୍ତ। ଆଗାମୀ ଆଇପିଏଲ୍ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୨୭ କୋଟି ଟଙ୍କାରେ ଋଷଭ ପନ୍ତଙ୍କୁ କିଣିଛି । ଏଥି ସହିତ ଋଷଭ ପନ୍ତ ଆଇପିଏଲ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ଭାବେ ବିବେଚିତ ହୋଇଛନ୍ତି। ରବିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ ପାଇଁ ମେଗା ନିଲାମୀ ଆରମ୍ଭ ହୋଇଯାଇଛି। ସାଉଦୀ ଆରବରେ ପ୍ରଥମ ଦିନରେ ଆୟୋଜକ ଟିମ୍ ମାନେ ନିଜ ପସନ୍ଦର ଖେଳାଳିମାନଙ୍କୁ କିଣିଛନ୍ତି।

ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥରେ ସୀମା-ଗାଭାସ୍କର ଟ୍ରଫି ଖେଳିବାରେ ବ୍ୟସ୍ତ ଅଛନ୍ତି। ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ମ୍ୟାଚ୍ର ପ୍ରଥମ ଇନିଂସରେ ପନ୍ତ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନକ୍ ଖେଳିଥିଲେ। ଏକ ଚ୍ୟାଲେଞ୍ଜିଂ ପରିସ୍ଥିତିର ସାମ୍ନା କରି ଯେଉଁଠାରେ ଅଧିକାଂଶ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଂଘର୍ଷ କରିଥିଲେ, ପନ୍ତ ସ୍ଥିରତା ଏବଂ ନିଷ୍ଠା ପ୍ରଦର୍ଶନ କରିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *