ଭାଇରାଲ ହେଉଛି ରଶ୍ମିକା-ବିଜୟଙ୍କ ଡେଟ୍ ଫୋଟୋ

ମୁମ୍ବାଇ: ଭାଇରାଲ ହେଉଛି ରଶ୍ମୀକା ଏବଂ ବିଜୟଙ୍କ ଡେଟ୍‌ର ଫଟୋ ଭାଇରାଲ। ଫଟୋରେ ରଶ୍ମୀକାଙ୍କ ମୁହଁ ନଦେଖାଯାଉଥିଲେ ବି ଅନ୍ୟ ଏକ ଫଟୋରେ ରଶ୍ମିକାଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଛି। ଦୁଇଟି ଫଟୋକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ସାଉଟୁଛନ୍ତି ଏହି ଲଭ ବାଡ। ବିଜୟ ରେଷ୍ଟୋରାରେ ବସି ଖାଉଥିବା ବେଳେ ତାଙ୍କ ସାମ୍ନାରେ ଜଣ ଝିଅ ମଧ୍ୟ ଥିବା ଭାଇରାଲ ଫଟୋରେ ଦେଖିବାକୁ ମିଳିଛି। ଝିଅ ଜଣଙ୍କ ବ୍ଲୁ ଟି-ସାର୍ଟ ପିନ୍ଧିଥିବା ବେଳେ ବିଜୟ ଏକ କ୍ୟାପ୍ ପିନ୍ଧିଥିବା ଫୋଟୋରେ ଦେଖିବାକୁ ମିଳିଥିଲା। ପରେ ରଶ୍ମୀକା ଏକ ସିଙ୍ଗଲ ଫଟୋ ସେୟାର କରିଥିଲେ। ଯେଉଁଥିରେ ରଶ୍ମିକା ମଧ୍ୟ ବ୍ଲୁ- ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାପରେ ସୋଶାଲ ମିଡିଆରେ ଭାଇରାଲ୍ ଫଟୋରୁ ସେ ବିଜୟ ଦେବରକୋଣ୍ଡାଙ୍କ ସହ ଥିବା ଚର୍ଚ୍ଚା ହେଉଛି।

ବର୍ତ୍ତମାନ ବିଜୟ ଦେବରକୋଣ୍ଡା ଠଊ ୧୨ ଶୁଟ୍ ପାଇଁ ଶ୍ରୀଲଙ୍କାରେ ଥିବାବେଳେ ଏହି ଫଟୋ ସେଠାକାର ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ ଏପରି ଅନେକ ଥର ଚର୍ଚ୍ଚା ହେବା ସହ ଉଭୟ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା ମଧ୍ୟ କୁହାଯାଉଥିଲା। କିନ୍ତୁ ଏହି ଅନ୍ ସ୍କ୍ରିନ୍ ଯୋଡ଼ି ନିଜର ରିଲେସନଶିପଙ୍କୁ ନେଇ କେବେ ହେଲେ ସ୍ୱୀକାର କରିନାହାନ୍ତି। ଅଥଚ ଏକ ଇଣ୍ଟର୍ଭ୍ୟୁରେ ଦେବରକୋଣ୍ଡା ରିଲେସନଶିପରେ ଥିବା କହିଥିଲେ, କିନ୍ତୁ ଡେଟ୍ କରିବା ଚର୍ଚ୍ଚାକୁ ଅସ୍ୱୀକାର କରିଥିଲେ।

ବିଜୟ କହିଛଥିଲେ, “ମୋତେ ବର୍ତ୍ତମାନ ୩୫ ବର୍ଷ, କଣ ଆପଣ ଭାବୁଛନ୍ତି ମୁଁ ଏବେ ବି ସିଙ୍ଗଲ୍ ଥିବି? କଥାଟା ହେଲା- ମୁଁ ଡେଟରେ ବାହାରକୁ ଯାଏ ନାହିଁ, ବରଂ କାହା ସହ ବନ୍ଧୁତା ସମ୍ପର୍କ ସ୍ଥାପନ ହେବା ପରେ କେବଳ ଜାଣିବା ପାଇଁ ବାହାରକୁ ଯାଏ।”

ଏହା ସହ କହିଛନ୍ତି ତାଙ୍କୁ ଜଣା ଅଛି ଭଲ ପାଇବା ହେଲେ କିପରି ଲାଗେ। ଏବଂ ସେ ଜାଣିଛନ୍ତି ଭଲପାଇବାରେ ପଡ଼ିଲେ କ’ଣ କରିବାକୁ ପଡ଼େ। ମୁଁ ସର୍ତ୍ତମୂଳକ ପ୍ରେମ ଜାଣେ ନାହିଁ କାରଣ ମୋର ପ୍ରେମ ଆଶା ସହିତ ଆସେ, ତେଣୁ ସ୍ପଷ୍ଟ ଭାବରେ ମୋ ପ୍ରେମ ସର୍ତ୍ତମୂଳକ ନୁହେଁ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *