ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ଏକନାଥ ସିନ୍ଦେ । ଆଜି ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାରଙ୍କ ଉପସ୍ଥିତିରେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମହାୟୁତିର ବିପୁଳ ବିଜୟ ପରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି । ତେବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ମହାୟୁତିର ବିପୁଳ ବିଜୟ ପରେ ଏବେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ଏକନାଥ ସିନ୍ଦେ ରାଜଭବନ ପହଞ୍ଚି ଇସ୍ତଫା ଦେଇଛନ୍ତି ।

ଏକନାଥ ସିନ୍ଦେଙ୍କର ଶିବନେତା ନେତା ନରେଶ ମାସ୍କେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କହିଛନ୍ତି, ମହାୟୁତିର ନେତା ହିଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ । ଏହି ନିଷ୍ପତ୍ତି ଶୀଘ୍ର ନିଆଯିବ । ମହାରାଷ୍ଟ୍ର ଫଳାଫଳ ଆସିବାର ୩ ଦିନ ପରେ ମଧ୍ୟ ସସପେନ୍ସ ଜାରି ରହିଛି । କୁହାଯାଉଛି ଯେ, ମାହୟୁତିର ସବୁଠାରୁ ବଡ ପାର୍ଟି କାରଣରୁ ବିଜେପି ନିଜ ଦଳର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନାମ ସବୁଠାରୁ ଆଗରେ ରହିଛି । ତେବେ ଫଡନାଭିସଙ୍କୁ ନେଇ ଅଜିତ ପାୱାର ମଧ୍ୟ ସହମତି ପ୍ରକାଶ କରିଛନ୍ତି । କିନ୍ତୁ ଅନ୍ୟପଟେ ଶିବସେନା ପୁନର୍ବାର ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି । ତେବେ ଫଡନାଭିସ ଦିଲ୍ଲୀ ପହଞ୍ଚି ଓମ ବିଲ୍ଲାଙ୍କର ଝିଅର ବିବାହରେ ଯୋଗ ଦେଇଦେଇଛନ୍ତି । ସେ ଖୁବଶୀଘ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ବୈଠକ କରି ସରକାର ଗଠନର ଫର୍ମୁଲା ରଖିବେ । ମହାରାଷ୍ଟ୍ର ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ୨୮୮ ଆସନରୁ ୨୩୦ ଆସନ ଅକ୍ତିଆର କରିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *