ଫିଲ୍ମ ନିର୍ମାତା ରାମ ଗୋପାଳଙ୍କ ଘରେ ଚଢାଉ

ହାଇଦ୍ରାବାଦ: ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ ବଢିଲା ଅଡୁଆ । ହାଇଦ୍ରାବାଦସ୍ଥିତ ତାଙ୍କ ଘରେ ଚଢ଼ାଉ କରିଛି ପୋଲିସ । କେଉଁ ମୁହୂର୍ତ୍ତରେ ପୋଲିସ ତାଙ୍କୁ ଗିରଫ କରିପାରେ । ହେଲେ ଗିରଫ ଭୟରେ ରାମଗୋପାଳ କେଉଁଆଡ଼େ ଚାଲି ଯାଇଥିବା ଜଣାଯାଇଛି । ବିବାଦୀୟ ବୟାନ ଦେବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିପାରେ ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ବିବାଦୀୟ ଫିଲ୍ମ ନିର୍ମାତା ଭାବେ ରାମ ଗୋପାଳ ବର୍ମା ଜଣାଶୁଣା । ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାରଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାମଗୋପାଳ । ଏହାକୁ ନେଇ ଗତ୍ ସୋମବାର ପୋଲିସ ଅଚାନକ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଥିଲା । ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଚଢାଉ କରିଥିବା ବେଳେ ସେ ଘରେ ନ ଥିଲେ । ତେବେ ଗିରଫ ଡରରେ ସେ କୋୟବଟୁର ଚାଲିଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏ ଘଟଣା ନେଇ ରାମ ଗୋପାଳଙ୍କୁ ୨ ଥର ପଚରା ଉଚରା ପାଇଁ ଡକାଯାଇଥିବାବେଳେ ସେ ହାଜର ହୋଇ ନାହାନ୍ତି ।

ରାମ ଗୋପାଳ ବର୍ମା ନିଜ ବୟାନକୁ ନେଇ ଅଧିକାଂଶ ସମୟ ବିବାଦରେ ରହିଥାନ୍ତି । ଫିଲ୍ମ ଷ୍ଟାର ହୁଅନ୍ତୁ ଅବା ରାଜନେତା ପ୍ରତ୍ୟେକ ବିବାଦ ଉପରେ ସେ ନିଜ ମନ୍ତବ୍ୟ ଦିଅନ୍ତି । ଆଉ ଶେଷରେ ସେଥିରେ ଛନ୍ଦି ହୋଇ ପଡ଼ନ୍ତି । ଫିଲ୍ମ ସତ୍ୟା, ରଙ୍ଗିଲା, ଦିଲ୍ ସେ.., ଜଙ୍ଗଲ ଭଳି ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ବହୁ ମଡେଲ୍ ଓ ହିରୋଇନଙ୍କ ସହ ରାମ ଗୋପାଳଙ୍କ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ । ଚନ୍ଦ୍ରବାବୁ ନାଇଡୁଙ୍କ ଘଟଣାକୁ ନେଇ ରାମ ଗୋପାଳଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *