ହୋମ୍‌ୱାର୍କ ପାଇଁ ନାହିଁ ଚିନ୍ତା, ଦୂର କରିବ ମେସିନ୍‌

ଥିରୁଅନନ୍ତପୁରମ୍: ମେସିନ୍ ଲେଖିବ ପାଠ। ଆଉ ସ୍କୁଲରେ ସାରମାନେ ଦେଇଥିବା ପାଠ କରିବାକୁ ନାହିଁ ଡର। ଏବେ ହାତ ନୁହେଁ ମେସିନ୍ କରିଦେବ ହୋମ୍‌ୱାର୍କ। କଥା ଟି ଆପଣଙ୍କୁ ବିଶ୍ୱାସ ଲାଗୁ ନଥିଲେ ମଧ୍ୟ କଥାଟା ସତ। ଆଉ ସ୍କୁଲ କି ଟ୍ୟୁସନ ପାଠ ଲେଖିବାକୁ ଘଣ୍ଟା ଘଣ୍ଟା ବସିବାକୁ ପଡ଼ିବନି । ଆଉ ପିଲାଙ୍କୁ ଲେଖା ପାଠ କରିବାକୁ ଚିନ୍ତା କରିବାକୁ ପଡ଼ିବନି। ଏବେ ମାତ୍ର କିଛି ମିନିଟରେ ପୁରା ଖାତା ପୁରଣ କରିବ ଏହି ହୋମୱାର୍କ ମେସିନ୍‌।

‘ହୋମ୍‌ୱାର୍କ ମେସିନ୍’, ଏକ ଯନ୍ତ୍ର ଯାହା ଆପଣଙ୍କ ନୋଟ୍ ପ୍ରସ୍ତୁତ କରିବ । ଆପଣ ତାକୁ ଯାହା ଲେଖିବାକୁ କହିବେ ସେ ସଙ୍ଗେ ସଙ୍ଗେ ତାକୁ ଖାତାରେ ଲେଖିବାକୁ ଆରମ୍ଭ କରିବ । ତାହା ପୁଣି ଅବିକଳ ହାତଲେଖା ପରି । ଆଉ କମ୍ ସମୟ ଭିତରେ ମଧ୍ୟ । କେରଳର ଦୁଇଜଣ ଇଂଜିନିୟର ଛାତ୍ର କିଛି ଏମିତି ନୂଆ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି । ଯାହା ଚୁଟକିରେ ସାରିବ ଲେଖା ପାଠ ।

କେରଳ ନିବାସୀ ଦେବଦତ୍ତ ପିଆର ଏବଂ ସିଦ୍ଧାର୍ଥ ପୁନାଥିଲ, ଏବେ ରୋବୋଟିକ୍ସ ଏବଂ ଅଟୋମେସନର ଅନ୍ତିମ ବର୍ଷର ଛାତ୍ର । ତାଙ୍କ କଲେଜରେ ପଢୁଥିବା ଇଞ୍ଜିନିୟରିଂ ଛାତ୍ରମାନଙ୍କ କାର୍ଯ୍ୟଭାରକୁ ସହଜ କରିବା ପାଇଁ ସେ ଏଭଳି ଏକ ଅଭିନବ ସମାଧାନ ବାହାର କରିଛନ୍ତି । କେରଳର ଜ୍ୟୋତି କଲେଜ ଅଫ୍ ଇଞ୍ଜିନିୟରିଂର ଏହି ଦୁଇ ସାଥୀ ଏକ ଅଭିନବ ହୋମୱାର୍କ ମେସିନ୍ ପ୍ରସ୍ତୁତ କରିଛନ୍ତି ଯାହା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଏକାଡେମିକ୍ କାର୍ଯ୍ୟଗୁଡ଼ିକ କରିବାରେ ସାହାର୍ଯ୍ୟ କରିବ ।

ଦେବଦତ୍ତ ଜଣେ ରୋବୋଟିକ୍ସ ଇଞ୍ଜିନିୟର ଯିଏ ୧୫ ବର୍ଷ ବୟସରେ କୋରଏକ୍ସଓ୍ବାଇ ଥ୍ରୀଡି ପ୍ରିଣ୍ଟର୍ ଡିଜାଇନ୍ କରିବା ସହିତ ନିର୍ମାଣ କରିଥିଲେ । ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ ମଧ୍ୟ । ସେହିପରି ସିଦ୍ଧାର୍ଥ ହେଉଛନ୍ତି ସଫ୍ଟୱେର୍ ଷ୍ଟାର୍ଟଅପ୍, ଜୁବଲର ସହ-ପ୍ରତିଷ୍ଠାତା ତଥା ସିଟିଓ ।

ଏହି ଦୁଇ ସାଥି ମିଶି ଏବେ ଏଭଳି କିଛି ଅତ୍ୟାଧୁନିକ ଯନ୍ତ୍ର ପ୍ରସ୍ତୁତ କରିଛନ୍ତି । ତେବେ ଏଭଳି ଯନ୍ତ୍ର ପ୍ରସ୍ତୁତ କରିବା ପାଇଁ ତାଙ୍କୁ ବର୍ଷେ ଭଳି ସମୟ ଲାଗିଥିଲା । ଥ୍ରୀଡି ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରି, ସେମାନେ ଏକ ମେସିନ୍ ନିର୍ମାଣ କରିବାକୁ ସ୍ଥିର କଲେ ଯାହା ଏକ କଲମ ସହିତ ଲେଖିପାରେ ଏବଂ ସ୍ୱୟଂଚାଳିତ ଭାବରେ ପୃଷ୍ଠାଗୁଡ଼ିକୁ ଓଲଟାଇ, ପୁନର୍ବାର ଆମ ଆବଶ୍ୟକ ଅନୁଯାୟୀ ଲେଖିଥାଏ । ଯାହା ଶିକ୍ଷାଗତ ଚାପ ସହିତ ସଂଗ୍ରେମ କରୁଥିବା ପିଲାମାନଙ୍କ ପାଇଁ ଏକ ବରଦାନ ସଦୃଶ୍ୟ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *