ନୂଆଦିଲ୍ଲୀ: ଭାଜପା ଏମପିଙ୍କ ବ୍ରେକଫାଷ୍ଟ ପାଇଁ କଂଗ୍ରେସ ଏମପିଙ୍କୁ କରାଗଲା ନିମନ୍ତ୍ରଣ । ଆଉ ନିମନ୍ତ୍ରଣ ରକ୍ଷା କରି ଭାଜପା ଏମପିଙ୍କ ବ୍ରେକ୍ଫାଷ୍ଟ କାର୍ଯ୍ୟକ୍ରମରେ ପହଞ୍ଚିଗଲେ କିଛି କଂଗ୍ରେସ ଏମପି । ଆଉ କିଛି ଏମପି ଭଦ୍ର ଭାବରେ ବ୍ରେକଫାଷ୍ଟକୁ ଆସିବାକୁ ମନା କରିଦେଇଥିଲେ। ଏପରି ଏକ ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦିଲ୍ଲୀର ବିକାନେର ହାଉସରେ ଭାଜପା ଏମପିମାନଙ୍କ ପାଇଁ ଏକ ବ୍ରେକଫାଷ୍ଟର ଆୟୋଜନ କରିଥିଲେ। ଏଥିପାଇଁ ସମସ୍ତ ଏମପିଙ୍କ ନିକଟକୁ କଲ ଯାଇଥିଲା । କିନ୍ତୁ ଏହି ସମୟରେ ରେସିଡେନ୍ସିଆଲ କମିଶନରଙ୍କ କାର୍ଯ୍ୟାଳୟ (ଆରସି ଅଫିସ) ଏକ ବଡ ଭୁଲ କରିଥିଲା । ଭାଜପା ବଦଳରେ ରାଜସ୍ଥାନର ସମସ୍ତ ଏମପିଙ୍କ ନିକଟକୁ କଲ ପଠାଯାଇଥିଲା। ଏଥିରେ ବିଜେପି ସହିତ କଂଗ୍ରେସ ଏମପିମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ଅତିରିକ୍ତ ଆବାସିକ କମିଶନର ଅଞ୍ଜୁ ଓମପ୍ରକାଶଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ଥିଲା। କିନ୍ତୁ, ରେସିଡେନ୍ସିଆଲ ଆରସି ଅଫିସ ରେ ଏକ ବଡ ବିଶୃଙ୍ଖଳା ଘଟିଛି। ତେବେ ଏହା ସାମ୍ନାକୁ ଆସିବା ପରେ ଏହାକୁ ସଂଶୋଧନ କରିବାକୁ ତୁରନ୍ତ ଉଦ୍ୟମ କରାଯାଇଥିଲା । କଂଗ୍ରେସର ସମସ୍ତ ଏମପି ଭଦ୍ର ଭାବରେ ବ୍ରେକଫାଷ୍ଟ ଆସିବାକୁ ମନା କରିଦେଇଥିଲେ। ହେଲେ କଂଗ୍ରେସ ଏମପି ଭଜନଲାଲ ଜାଟଭଙ୍କୁ ବ୍ରେକଫାଷ୍ଟ ପାଇଁ ଆସିବାକୁ ମନା କରିବାକୁ ପୁନର୍ବାର କଲ୍ କରାଗଲା । ସେ ଫୋନ ଉଠାଇ ପାରି ନ ଥିଲେ । କିନ୍ତୁ ସୂଚନା ଅଭାବରୁ ସେ ସେଠାରେ ପହଞ୍ଚିଥିଲେ। ଭାଜପା ଏମପିଙ୍କ ବୈଠକରେ ପହଞ୍ଚିବା ପରେ ଭଜନାଲ ଜାଟଭ ଅତ୍ୟନ୍ତ ଅପ୍ରସ୍ତୁତ ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା ।