ପୁଣି ଝାଡ଼ଖଣ୍ଡରେ ସୋରେନ୍ ସରକାର : ମୋଦିଙ୍କୁ ନିମନ୍ତ୍ରଣ କଲେ ସୋରେନ୍‌

ନୂଆଦିଲ୍ଲୀ: ପୁଣି ଥରେ ଝାଡ଼ଖଣ୍ଡରେ ସରକାର ଗଠନ କରିବାକୁ ଯାଉଛନ୍ତି ହେମନ୍ତ ସୋରେନ। ଆସନ୍ତା ୨୮ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି ସମାରୋହରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ହେମନ୍ତ ସୋରେନ୍ । ମଙ୍ଗଳବାର ସେ ଦିଲ୍ଲୀ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ଲାଗି ନିମନ୍ତ୍ରଣ ଦେଇଛନ୍ତି। ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଭେଟିଥିଲେ ।

ହେମନ୍ତ ସୋରେନ୍ କହିଛନ୍ତି ଯେ, ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ଲାଗି ମୁଁ ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ ନିମନ୍ତ୍ରଣ ଦେଇଛି। ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛୁ। ମୋଦିଙ୍କୁ ସାକ୍ଷାତ କେବଳ ସୌଜନ୍ୟମୂଳକ ଥିଲା। ମୁଁ ଶପଥ ଗ୍ରହଣ ସମାରୋହର ନିମନ୍ତ୍ରଣ ଦେବାକୁ ଆସିଥିଲି ବୋଲି କହିଛନ୍ତି। ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଶପଥ ଗ୍ରହଣ କରିବେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *