ସତ ହେଲା ପିଲାଦିନର ସ୍ୱପ୍ନ : ମହାକାଶରେ ୧୦୦ତମ ମହିଳା

ୱାଶିଂଟନ: ସତ ହୋଇଛି ପିଲାଦିନର ସ୍ୱପ୍ନ । ଟିଭି ଆଙ୍କରରୁ ପାଲଟିଲେ ମହାକାଶଯାତ୍ରୀ । ଏବେ ସେ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି । ମହାକାଶ ଯାତ୍ରା କରୁଥିବା ମହିଳାଙ୍କ ମଧ୍ୟରୁ ସେ ହେଉଛନ୍ତି ୧୦୦ତମ ମହିଳା । ସେ ହେଲେ ଏମଆଇଟି ଇଞ୍ଜିନିୟର ଏମିଲି କାଲାଣ୍ଡ୍ରିଆ ।

ଜେଫ୍ ବେଜୋସଙ୍କ ଏରୋସ୍ପେସ୍ କମ୍ପାନୀ ବ୍ଲୁ ଅରିଜିନର ୬ ଜଣିଆ ମହାକାଶ ପର୍ଯ୍ୟଟକଙ୍କ ମଧ୍ୟରେ ଏମିଲି ସ୍ଥାନ ପାଇଛନ୍ତି । ପିଲାଦିନରୁ ମହାକାଶ ଏବଂ ବିଜ୍ଞାନ ପ୍ରତି ଆଗ୍ରହ ରଖିଥିବା ଏମିଲି ୱେଷ୍ଟ ଭିର୍ଜିନିଆ ୟୁନିଭର୍ସିଟିରୁ କେମାନିକାଲ ଏବଂ ଏରୋ ସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ପରେ ମାସାଚୁସେଟ୍ରେ ଏରୋନଟିକ୍ସ ଏବଂ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି ଆଷ୍ଟ୍ରୋନଟିକ୍ସରେ ମାଷ୍ଟର ଡିଗ୍ରୀ କରିଛନ୍ତି । ଏମିଲି ଜଣେ ସାଇନ୍ସ କମ୍ୟୁନିକେଟର । ଜଟିଳ ବିଜ୍ଞାନକୁ ସହଜରେ ବୁଝାଇବା ପାଇଁ ସେ ସକ୍ଷମ । ନେଟଫ୍ଲିକ୍ସରେ ପ୍ରସାରିତ ଏମିଲିସ୍ ଓଣ୍ଡର ଲ୍ୟାବ୍ କାର୍ଯ୍ୟକ୍ରମର ହୋଷ୍ଟ ଏବଂ ପ୍ରଡ୍ୟୁସର ହେଉଛନ୍ତି ଏମିଲି । ମଜାଳିଆ ଢଙ୍ଗରେ ବିଜ୍ଞାନକୁ ବୁଝିବା ଓ ଶିଖିବା ଏମିଲିଙ୍କ ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ମହାକାଶ ଯାତ୍ରା ପାଇଁ ଚୟନ ହେବା ପରେ ଏମିଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ତାଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିଛି । କିନ୍ତୁ ଅନେକ ତାଙ୍କୁ ଉପହାସ ମଧ୍ୟ କରିଛନ୍ତି । ଟ୍ରୋଲରମାନଙ୍କୁ ଅଣଦେଖା କରିବା ସହ ଯାତ୍ରା ପାଇଁ ପ୍ରସ୍ତୁତ ହେବାକୁ ସେ ଗୁରୁତ୍ୱ ଦେଉଥିବା କହିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *