ସିନ୍ଧିଆଙ୍କ ହାତ ଧରି ଦେଲେ ରାହୁଲ

ନୂଆଦିଲ୍ଲୀ: ସଂସଦ ସେଂଟ୍ରାଲ ହଲରେ ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାତିଦ୍ୟ ସିନ୍ଧିଆଙ୍କ ସହ ଅଚାନକ ଭେଟଘାଟ ହୋଇଥିଲା। ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ପରେ ସେଂଟ୍ରାଲ ହଲରୁ ବାହାରିବା ସମୟରେ ରାହୁଲ- ସିନ୍ଧିଆ ପାଖାପାଖି ଥିଲେ। ପ୍ରଥମେ ପରସ୍ପରକୁ ଦେଖି ନଥିଲେ। କିନ୍ତୁ ପରେ ହାତ ମିଶାଇ ଥିଲେ।

ସୂଚନା ଅନୁସାରେ ସିନ୍ଧିଆ ରାହୁଲଙ୍କୁ ନମସ୍କାର କରିଥିଲେ। ଯାହା ପରେ ରାହୁଲ ଗାନ୍ଧୀ ହସିଦେଇ ତାଙ୍କ ସହ ଭେଟିଥିଲେ। ଦୁଇ ନେତାଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା। ହେଲେ ଦୁଇ ଜଣଙ୍କ ହାତ ମିଶାଇଥିଲେ। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ଖଡଗେ ମଧ୍ୟ ଉପସ୍ଥିତ ଥିଲେ। କୁହାଯାଉଛି ରାହୁଲ ଏବଂ ସିନ୍ଧିଆଙ୍କ ଭେଟଘାଟ ବିଜେପି-କଂଗ୍ରେସ ସାଂସଦଙ୍କ ଭିତରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଭେଟଘାଟ ରାଜନୀତିରେ ବଡ଼ ବିଷୟ ପାଲଟିଛି। ସେଂଟ୍ରାଲ ହଲରେ ଯେତେବେଳେ ଏହି ନେତା ପରସ୍ପର ପାଖାପାଖି ଆସିଲେ କଂଗ୍ରେସ ନେତା ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କିିଛି ବର୍ଷ ପୂର୍ବରୁ ସିନ୍ଧିଆଙ୍କୁ ରାହୁଲଙ୍କ ପାଖ ଲୋକ ଭାବେ ବିବେଚନା କରାଯାଏ। ୨୦୨୦ ପରେ ଯେତେବେଳେ ସିନ୍ଧିଆ ବିଜେପିରେ ମିଶିଥିଲେ ଏହା ପରଠାରୁ ଉଭୟ ନେତା କେବେ ପରସ୍ପରକୁ ଭେଟିନଥିଲେ। ବିଜେପିରେ ମିଶିବା ପରେ ପ୍ରଥମ ଥର ପାଇଁ ଏହି ନେତା ପରସ୍ପରକୁ ଭେଟିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *