ପ୍ରଧାନମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ଆମେ ରାଜି : ଏକନାଥ ସିନ୍ଦେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାର ୫ ଦିନ ପରେ ବି କଳ୍ପନାଜଳ୍ପନା ଲାଗି ରହିଛି। ଏହାରି ଭିତରେ ଏକନାଥ ସିନ୍ଦେ ବୁଧବାର ସାମ୍ୱାଦିକ ସମ୍ମିଳନୀ କରି ଚିତ୍ରକୁ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଯାହା ବି ନିଷ୍ପତ୍ତି ନେବେ, ତାକୁ ସ୍ୱୀକାର କରିବେ, ବିଜେପି ନେତାଙ୍କୁ ମୁଖ୍ୟମନ୍ତ୍ରୀ କଲେ ବି ସେଥିରେ ରାଜି ହେବେ । ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ ଜଣାଇବେ ବୋଲି ଏକନାଥ ସିନ୍ଦେ କହିଛନ୍ତି ।

ସିନ୍ଦେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ୍ ଶାହ ମୋ ସହ ସବୁବେଳେ ଛିଡ଼ା ହୋଇଛନ୍ତି ଏବଂ ସବୁ ପ୍ରକାର ସମର୍ଥନ ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ସବୁ ପକ୍ଷରୁ ସମର୍ଥନ ମିଳିଛି । ଏତେ ବଡ଼ ଜନଦେଶ ମିଳିଥିବାରୁ, ମୁଁ ଜନତାଙ୍କୁ ଧନ୍ୟବାଦ ଜଣାଉଛି । ମହାବିକାଶ ଅଘାଡ଼ି ଯେଉଁ କାମ ଅଟକାଇଥିଲା, ଆମେ ପୁଣି ଥରେ ତାହା ଆରମ୍ଭ କରିଛୁ । ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛୁ । ଏହି କାରଣରୁ ଲୋକଙ୍କ ସମର୍ଥନ ଆମକୁ ମିଳିଛି । ଆମେ ୯୦ରୁ ୧୦୦ ସଭା କରିଛୁ । ସବୁ କାର୍ଯ୍ୟକର୍ତ୍ତା କଠିନ ପରିଶ୍ରମ କରିଛନ୍ତି । ସାଧାରଣ ଲୋକଙ୍କ ସମସ୍ୟାକୁ ଆମେ ବୁଝିଛୁ ।

ସିନ୍ଦେ କହିଛନ୍ତି, ମୁଁ କେବେ ବି ନିଜକୁ ମୁଖ୍ୟମନ୍ତ୍ରୀ ବୋଲି ଭାବି ନାହିଁ । ସବୁବେଳେ ଜଣେ କମନ୍ ମ୍ୟାନ୍ ଭାବେ କାମ କରିଛି । ମୁଁ ରାଜ୍ୟର ଉନ୍ନତି ପାଇଁ କାମ କରିଛି । ରାଜ୍ୟର ସବୁ ପରିବାରର ସବୁ ସଦସ୍ୟଙ୍କୁ ସରକାରଙ୍କ ତରଫରୁ କିଛି ନାଁ କିଛି ଦେବାକୁ ପ୍ରୟାସ କରିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *