ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିିଛି ଆଳୁ ବୋଝେଇ ଟ୍ରକ୍‌

ଭୁବନେଶ୍ୱର: ପଶ୍ଚିମବଙ୍ଗ ସୀମାରେ ପୁଣି ଆଳୁ ଗାଡ଼ି ଅଟକାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡିଶାକୁ ଆଳୁ ରପ୍ତାନି ଉପରେ ରୋକ ଲଗାଇଛନ୍ତି । ଗତ ବୁଧବାର ମଧ୍ୟରାତ୍ରିରୁ ଓଡ଼ିଶା ସୀମାରେ ପଞ୍ଚିମବଙ୍ଗ ପୋଲିସ ପକ୍ଷରୁ ଚେକିଂ ଜୋରଦାର କରାଯାଇଛି । ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଆଳୁ ଗାଡ଼ିଗୁଡ଼ିକ ସୀମାରେ ଅଟକି ରହିଛି । ଏବେ ରାଜ୍ୟରେ ଆଳୁ ଦର ବଢିବା ସମ୍ଭାବନା ରହିଛି । କିଛିଦିନ ପୂର୍ବରୁ ଆଳୁ ରାଜନୀତି ତେଜିଥିବାବେଳେ ପୁଣି ମମତାଙ୍କ ଗାଡି ଅଟକାଇଦେବା ମୋହନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି।

ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ବୁଧବାର ରାତିରୁ ଅଟକି ରହିଛି ଶତାଧିକ ଆଳୁ ବୋଝେଇ ଟ୍ରକ୍‌। ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଂଚ୍ କରାଯାଉଛି। ଆନ୍ତଃରାଜ୍ୟ ସୀମା ଦେଇ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ କରାଯାଇଛି। ପଶ୍ଚିମବଙ୍ଗ ବଜାରରେ ଆଳୁର ଦର ୩୫ ରୁ ୪୦ ଟଙ୍କା ଥିବାରୁ ବଜାରର ଦର ନିୟନ୍ତ୍ରଣ ପାଇଁ ଆଳୁ ରପ୍ତାନି ଉପରେ ମମତା ବାନାର୍ଜୀ ରୋକ ଲଗାଇଛନ୍ତି। ତେବେ, ମମତା ବାନାର୍ଜୀ ରାଜ୍ୟରେ ଆଳୁ ପିଆଜ ଦର ନେଇ ନବାନ୍ନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଆଳୁ ପିଆଜ ଦର ବୃଦ୍ଧି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ। ସେପଟେ ସୀମାରେ ଆଳୁ ଗାଡି ଅଟକିବା ପରେ ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ଶୀତଳଭଣ୍ଡାରରୁ ଆଳୁ ଷ୍ଟକ୍ ସରି ଆସୁଥିବାରୁ ସରକାର ଏହାକୁ ଗୁରୁତର ସହ ନେବାକୁ ଓଡ଼ିଶା ବ୍ୟବସାୟୀ ମହାସଙ୍ଘ କହିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *