ପାରସଙ୍କଠାରୁ ଅଲଗା ହେବା ପରେ କ୍ରିକେଟରଙ୍କ ପ୍ରେମରେ ମାହିରା

ମୁମ୍ବାଇ: ଏବେ କ୍ରିକେଟର ମହମ୍ମଦ ସୀରାଜଙ୍କ ପ୍ରେମରେ ଅଭିନେତ୍ରୀ ମାହିରା ଶର୍ମା । ପ୍ରେମିକ ପାରସ ଛାବ୍ରାଙ୍କଠାରୁ ଅଲଗା ହେବା ପରେ ମାହିରା ମହମ୍ମଦଙ୍କ ପ୍ରେମରେ ପଡ଼ିଛନ୍ତି । ଉଭୟ ହୋଟେଲ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଅଧିକାଂଶ ସମୟ ଏକାଠି ନଜର ଆସୁଛନ୍ତି । ତେଣୁ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି ।

କଲର୍ସ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ସୋ’ ବିଗି ବସ୍ ସିଜିନ୍ ୧୩ରେ ପ୍ରତିଯୋଗୀ ସାଜିଥିଲେ ମାହିରା ଶର୍ମା । ସେ ବିଗ୍‌ବସ୍ ଘରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥିଲେ। ଏହି ସମୟରେ ସେ ତାଙ୍କର ସହ-ପ୍ରତିଯୋଗୀ ପାରସ ଛାବ୍ରାଙ୍କ ପ୍ରେମରେ ପଡ଼ିଥିଲେ । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ବେଶୀ ଆଲୋଚନା ବି ହେଉଥିଲା। ବିଗ୍‌ବସ ଘରୁ ବାହାରିବା ପରେ ଦୁହେଁ ଏକାଠି ବୁଲାବୁଲି କରୁଥିଲେ । ଏମିତି କି ଦୁହେଁ କିଛି ବର୍ଷ ସାଥିରେ ବି ରହୁଥିଲେ। ହେଲେ କିଛି ମାସ ତଳେ ଦୁହିଁଙ୍କ ବ୍ରେକଅପ ହୋଇଥିବା ନେଇ ଖବର ମିଳିଥିଲା। ଏବେ ମାହିରାଙ୍କୁ ପୁଣି ଥରେ ପ୍ରେମ ହୋଇଛି। ଏବେ ଅଭିନେତ୍ରୀଙ୍କ ନାମ ଜଣେ ଭାରତୀୟ କ୍ରିକେଟରଙ୍କ ସହ ଯୋଡାଯାଉଛି।

କୁହାଯାଉଛି ଯେ, ମାହିରା ଏବେ କ୍ରିକେଟର ମହମ୍ମଦ ସୀରାଜଙ୍କୁ ଡେଟ୍ କରୁଛନ୍ତି। ମହମ୍ମଦ, ଇନଷ୍ଟାଗ୍ରାମରେ ମାହିରାଙ୍କ ଏକ ଫଟୋକୁ ପସନ୍ଦ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। କୌଣସି ସମ୍ପର୍କ ନ ଥାଇ ମହମ୍ମଦ କାହିଁକି ମାହିରାଙ୍କ ଫଟୋକୁ ପସନ୍ଦ କରିବେ ବୋଲି କହି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଇନଷ୍ଟାଗ୍ରାମରେ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ହେଲେ ଏହି ଚର୍ଚ୍ଚାକୁ ନେଇ ଦୁହେଁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ମାହିରା ଏବେ କେବଳ ଇଭେଣ୍ଟ ଗୁଡ଼ିକରେ ନଜର ଆସୁଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *