ଅଲଗା ହେଲେ ଧନୁଷ-ଐଶ୍ୱର୍ଯ୍ୟା

ଚେନ୍ନାଇ: ବ୍ୟକ୍ତିଗତ ଜୀବନକୁ ନେଇ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଦୁହେଁ ଚେନ୍ନାଇର ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଅଭିନେତା-ନିର୍ଦ୍ଦେଶକ ଧନୁଷ ନିକଟରେ ଚେନ୍ନାଇ ପରିବାର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ୨୦୨୨ରେ ଦୁହେଁ ପରସ୍ପରଠାରୁ ଅଲଗା ହେଉଥିବା ନେଇ ଘୋଷଣା କରିବା ପରେ ୨୦୨୪ରେ ‌ଦୁହେଁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ବିବାହର ୨୦ ବର୍ଷ ପରେ ଦମ୍ପତିଙ୍କର ଏବେ ରାସ୍ତା ଅଲଗା ହୋଇଯାଇଛି। ଦୁଇ ବର୍ଷ ପୂର୍ବେ ଅଲଗା ହେବା ଘୋଷଣା କରିବା ପରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ବର୍ତ୍ତମାନ କୋର୍ଟରୁ ଛାଡପତ୍ର ପାଇଛନ୍ତି।

ଚେନ୍ନାଇ ପରିବାର କଲ୍ୟାଣ କୋର୍ଟ ଏହି ଦମ୍ପତିଙ୍କ ଛାଡପତ୍ରକୁ ମଞ୍ଜୁର କରିଛନ୍ତି । ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଛାଡପତ୍ର ମାମଲା ତିନିଥର ଶୁଣାଣି ହୋଇସାରିଛି। କିନ୍ତୁ ଧନୁଷ ଏବଂ ଐଶ୍ୱର୍ଯ୍ୟା କୌଣସି ସେଶନରେ ଯୋଗ ଦେଇନଥିଲେ।ଐଶ୍ୱର୍ଯ୍ୟା ଗୁରୁବାର କୋର୍ଟରେ ହାଜର ହୋଇଥିଲେ ଯାହା ପରେ ବିଚାରପତି ନଭେମ୍ବର ୨୭ ପାଇଁ ଶୁଣାଣି ସ୍ଥିର କରିଥିଲେ।

୨୦୦୪ ମସିହାରେ ଚେନ୍ନାଇରେ ଐଶ୍ୱର୍ଯ୍ୟା ଏବଂ ଧନୁଷ ଧୁମଧାମରେ ବିବାହ କରିଥିଲେ। ପରେ ଜାନୁୟାରୀ ୧୭, ୨୦୨୨ରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ପରସ୍ପରଠାରୁ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ। ପରେ ଧନୁଷ ଓ ଐଶ୍ବର୍ଯ୍ୟା ରଜନୀକାନ୍ତ ପୁନର୍ବାର ଏକତ୍ର ହେବା ପାଇଁ ନିଷ୍ପତି ନେଇଥିବା ଚର୍ଚ୍ଚା ହୋଇଥିଲା। ପରିବାର ପାଇଁ ସେମାନେ ତାଙ୍କ ନିଷ୍ପତିରେ ପରିବର୍ତନ କରିବା ସହ ଆଉ କିଛି ଦିନ ଏକତ୍ର ରହିବେ ବୋଲି ସୂଚନା ମିଳିଥିଲା। ତେବେ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଦୁଇ ପୁଅ ରହିଛନ୍ତି। ତେବେ ପରସ୍ପରଠାରୁ ଅଲଗା ହେଉଥିବା ନେଇ ଘୋଷଣା କରିଥିଲେ ବି ଏହା ପଛର କାରଣ କ’ଣ ତାହା ଜଣାଇ ନଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *