ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ: ପୋଲିସ କଣ୍ଟ୍ରୋଲ ରୁମକୁ ଆସିଲା କଲ୍‌

ନୂଆଦିଲ୍ଲୀ: ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଆସିଛି ପିଏମ ମୋଦୀଙ୍କୁ ହତ୍ୟା କରାଯିବାର ଧମକପୂର୍ଣ୍ଣ କଲ୍। ଏନେଇ ଚାଲିଛି ଷଡଯନ୍ତ୍ର। ସୂଚନାନୁସାରେ, ଗତକାଲି ରାତି ୯ଟାରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଏହି କଲ ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି କଲ୍‌ରେ କୁହାଯାଇଛି। କଲ୍ କରିଥିବା ବ୍ୟକ୍ତି କିଏ ତାହା ଏପର୍ଯ୍ୟନ୍ତ ଜଣାପଡିନହିଁ। ଏହି କଲର ଗମ୍ଭୀରତାକୁ ଦେଖି ମୁମ୍ବାଇ ପୋଲିସ କଲ୍ କରୁଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛି। ଏହି ଘଟଣାର ତଦନ୍ତ ଜାରି ରହିଛି ଏବଂ କଲ କରିଥିବା ବ୍ୟକ୍ତିର ଲୋକେସନ ଟ୍ରେସ କରାଯାଉଛି।

ଜଣେ ବ୍ୟକ୍ତି ଫୋନ୍‌ କରି ମୋଦୀଙ୍କୁ ଜୀବନରେ ମାରିଦେବାକୁ ଯୋଜନା ଚାଲିଥିବା କହିଛନ୍ତି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଜୋରଦାର ତଦନ୍ତ ଆରମ୍ଭ କରିଛି ପୋଲିସ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍‌ କରିଥିବା ବ୍ୟକ୍ତି ଦାବି କରିଛନ୍ତି। ଏହାପରେ ମୁମ୍ବାଇ ପୋଲିସ ଏହା ସତ ନା କେବଳ ଏକ ଫେକ୍‌ କଲ୍‌ ସେ ନେଇ ଯାଞ୍ଚ ଆରମ୍ଭ କରିଛି।

କିଛି ଦିନ ପୂର୍ବରୁ ମୁମ୍ବାଇର ଟ୍ରାଫିକ ନିୟନ୍ତ୍ରଣ କକ୍ଷରେ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ରାତି ପ୍ରାୟ ୧୨ଟା ସମୟରେ ଏହି ଧମକ ମିଳିଥିଲା । ବାର୍ତ୍ତାରେ ‘ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇର ଏକ ଗୀତ ଉଲ୍ଲେଖ କରାଯାଇଛି। ଶାହରୁଖ ଖାନ୍‌ଙ୍କୁ ରାଇପୁରରୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏହାପରେ ପୁଲିସ ରାଇପୁର ଯାଇ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଉକ୍ତ ବ୍ୟକ୍ତି ଜଣ ପେସାରେ ଜଣେ ଓକିଲ ଥିବା ଜଣାପଡିଥିଲା।

ସେହିପରି କିଛି ଦିନ ପୂର୍ବରୁ ମୁମ୍ବାଇର ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ଅଭିନେତା ସଲମାନ ଖାନ୍‌ଙ୍କ ପାଇଁ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା। ରାତି ପ୍ରାୟ ୧୨ ସମୟରେ ଏହି ଧମକ ମିଳିଥିଲା।​ମେସେଜରେ ‘ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇ’ର ଏକ ଗୀତ ଉଲ୍ଲେଖ କରାଯାଇଥିଲା। ଏକ ମାସ ମଧ୍ୟରେ ଏହି ଗୀତ ଲେଖିଥିବା ଲେଖକଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ଯଦି ସଲମାନଙ୍କ ସାହସ ଅଛି ତେବେ ସେ ତାଙ୍କୁ ବଞ୍ଚାଇ ଦେଖାନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *