୫୦ ଦିନରେ ୭ କୋଟି ରୋଜଗାର, କଲା ନୂଆ ରେକର୍ଡ

ଭୁବନେଶ୍ୱର: ରେକର୍ଡ଼ କଲା ଓଡ଼ିଆ ଫିଲ୍ମ କର୍ମ । ଅନୁଭବ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମ ୫୦ ଦିନରେ ପହଞ୍ଚିଛି। ଏହା ଭିତରେ ୭ କୋଟି ରୋଜଗାର କରିଛି । ଯାହା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଏହି ଫିଲ୍ମଟି ଏବେ ବି ଓଡ଼ିଶାର ପ୍ରାୟ ୪୦ଟି ପ୍ରେକ୍ଷାଳୟରେ ହାଉସ୍‌ଫୁଲ୍ ଚାଲିଛି।

ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୁପରଷ୍ଟାର ଅନୁଭବ ମହାନ୍ତି ନାୟକ ସାଜିଛନ୍ତି । ଏହି ଫିଲ୍ମ ୫୦ ଦିନରେ ପ୍ରାୟ ୭କୋଟି ଟଙ୍କାର ବ୍ୟବସାୟ କରି ‘କର୍ମ’ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଅବସରରେ ନିକଟରେ ଶ୍ରୀୟା କମ୍ପେ୍ଲକ୍ସରେ ‘କର୍ମ’ ଟିମ୍ ସିନେପ୍ରେମୀଙ୍କ ଗହଣରେ ୫୦ ଦିନ ପୂର୍ତ୍ତି ଉତ୍ସବ ପାଳନ କରିଛି। ପ୍ରଯୋଜକ-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ପ୍ରଯୋଜିକା ବର୍ଷା ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ, ସମ୍ପାଦକ ରଶ୍ମି ରଞ୍ଜନ ଦାଶ, ଲାଇନ୍‌ ପ୍ରଡ୍ୟୁସର ଗୋପାଳ ଚନ୍ଦ୍ର ଘଡ଼ାଇ, ଲେଖକ ମାନସ ପଢ଼ିଆରୀ, କ୍ୟାମେରାମ୍ୟାନ୍ ଦୀପକ କୁମାର, କ୍ରି୍‌ଏଟିଭ୍ ହେଡ୍ ପ୍ରଣୟ ଜେଠୀଙ୍କ ସମେତ ମୁଖ୍ୟ ଚରିତ୍ରଗୁଡ଼ିକରେ ଅଭିନୟ କରିଥିବା ଅଭିନେତା ସନୋଜ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ମନ୍ମୟ ଦେ, ଉଦିତ ଗୁରୁ, ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ଦିବ୍ୟା ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ। ଭରପୂର ଦର୍ଶକଙ୍କ ଗହଣରେ ଏହି ଉତ୍ସବ ପାଳନ କରାଯାଇଥିଲା। ଶତାଧିକ ସିନେପ୍ରେମୀ ‘କର୍ମ’ର ସଫଳତା ପାଇଁ ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *