ପାକିସ୍ତାନରେ ୨୧୧ ମତ୍ସଜୀବୀ,ଯୋଗାଯୋଗ କରିପାରୁ ନାହାନ୍ତି ପରିବାର ଲୋକେ

ନୂଆଦିଲ୍ଲୀ: ଏବେ ୨୧୧ ଭାରତୀୟ ମତ୍ସ୍ୟଜୀବୀ ପାକିସ୍ତାନର ଜେଲରେ ବନ୍ଦୀ ଅଛନ୍ତି। ସେଥିମଧ୍ୟରୁ ୧୩୯ଜଣ କେବଳ ଗୁଜୁରାଟର ବାସିନ୍ଦା। ସଂସଦରେ ଭାରତ ସରକାର ଏହି ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗ ନେଇ କଂଗ୍ରେସ ଏମପି ଶକ୍ତି ସିଂ ଗୋହିଲ ଗୃହରେ ଉଠାଇଛନ୍ତି । ପାକିସ୍ତାନ ଦ୍ୱାରା ଲଗାଯାଇଥିବା ଯୋଗାଯୋଗ ବ୍ଲାକଆଉଟ ଦ୍ୱାରା ପ୍ରଭାବିତ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ସେ ଚିନ୍ତା ପ୍ରକଟ କରିଥିଲେ।

ଗୋହିଲ କହିଛନ୍ତି ଯେ, ୟୁପିଏ ଶାସନ ସମୟରେ ପରିବାର ଲୋକେ ଡାକ ଚିଠି ମାଧ୍ୟମରେ ସେହି ମତ୍ସ୍ୟଜୀବୀଙ୍କ ବିଷୟରେ ସୂଚନା ପାଉଥିଲେ । ବର୍ତ୍ତମାନ ଏହା ବନ୍ଦ ହୋଇଯାଇଛି । ଏବେ ପାକିସ୍ତାନ ଏହି ଯୋଗାଯୋଗ ସୁବିଧା ବନ୍ଦ କରିଦେଇଛି। ଏହି ମତ୍ସଜୀବୀଙ୍କ ପରିବାର ଲୋକେ ଏବେ ସେମାନଙ୍କ ପ୍ରିୟଜନଙ୍କ ସମ୍ପର୍କରେ ଜାଣିବା ନେଇ କୌଣସି ମାଧ୍ୟମ ନ ଥିବାରୁ ଗୋହିଲ ଏହି ପରିସ୍ଥିତିକୁ ମାନବିକ ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି। ମତ୍ସ୍ୟଜୀବୀଙ୍କ ଅସୁବିଧାକୁ ଦୂର କରିବା ପାଇଁ କେହି ତତ୍ପରତା ଦେଖାଉ ନାହାନ୍ତି । ଭାରତ ସରକାର ଏହି ମାମଲାକୁ ତ୍ୱରାନ୍ୱିତ କରିବା ପାଇଁ ଗୋହିଲ ଦାବି କରିଛନ୍ତି।

ମତ୍ସ୍ୟଜୀବୀମାନଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ । ଏକ ସ୍ୱତନ୍ତ୍ର ଆଇନ ପରାମର୍ଶଦାତା ନିଯୁକ୍ତ ହେବା ବି ଉଚିତ୍‌। ସରକାର ତୁରନ୍ତ କୂଟନୈତିକ ପଦକ୍ଷେପ ନେବା ଉଚିତ ବୋଲି ଗୋହିଲ ଦାବି କରିଛନ୍ତି । ଯାହାଫଳରେ ଭବିଷ୍ୟତରେ ଯଦି କୌଣସି ମତ୍ସ୍ୟଜୀବୀ ପାକିସ୍ତାନରେ ଅଟକି ଯାଆନ୍ତି, ତେବେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଇ ଶୀଘ୍ର ଘରକୁ ଆଣି ପାରିବେ। ଗୋହିଲ ଜୋର ଦେଇଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ କେବଳ ମତ୍ସ୍ୟଜୀବୀମାନେ ଅସୁବିଧାରେ ପଡ଼ନ୍ତି ନାହିଁ, ବରଂ ସେମାନଙ୍କ ପରିବାର ମଧ୍ୟ ଚିନ୍ତାରେ ରହିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *