କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅଭିନେତ୍ରୀ ସୋନାଲି ସେଗଲ୍‌

ମୁମ୍ବାଇ: ମା’ ହେଲେ ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ସୋନାଲି ସେଗଲ୍ । ନିକଟରେ ସେ ସାଣ୍ଟା କ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଏକ ଶିଶୁକନ୍ୟାକୁ ଜନ୍ମଦେଇଛନ୍ତି । ଉଭୟ ମା ଏବଂ ଝିଅ ସୁସ୍ଥ ଥିବା ସାମ୍ନାକୁ ଆସିଛି। ଏନେଇ ଉଭୟଙ୍କ ଘରେ ଖୁସିର ଲହରି ଖେଳିଯାଇଛି । ଏହା ଜାଣିବା ପରେ ଅନ୍ୟ ଅଭିନେତା ଓ ଅଭିନେତ୍ରୀ ଏବଂ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଧାରାବାହିକ ପ୍ୟାର୍ କା ପଞ୍ଚନାମାରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ ସୋନାଲି ସେଗଲ୍‌। ୨୦୨୩ ମସିହାରେ ସୋନାଲି ଅଭିନେତା ଆଶିଷ ସଜନାନୀଙ୍କୁ ବିବାହ କରିଥିଲେ । ଗତ ବୁଧବାର ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହା ସେମାନଙ୍କର ପ୍ରଥମ ସନ୍ତାନ। ଗତ ଅଗଷ୍ଟ ମାସରେ ସୋନାଲି ଗର୍ଭବତୀ ଥିବା ନେଇ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଆଉ ଲେଖିଥିଲେ, ବିୟର ବୋତଲଠାରୁ ଆରମ୍ଭ କରି ବେବି ବୋତଲ ପର୍ଯ୍ୟନ୍ତ। ଆଶିଷଙ୍କ ଜୀବନ ବଦଳିବାକୁ ଯାଉଛି। ମୋ କଥା କହିବାକୁ ଗଲେ କିଛି ଜିନିଷ ବଦଳିଛି। ପୂର୍ବରୁ ମୁଁ ଜଣକ ପାଇଁ ଖାଉଥିଲି, ବର୍ତ୍ତମାନ ମୁଁ ୨ଜଣକ ପାଇଁ ଖାଉଛି। ଶମଶେର(ପୋଷା କୁକୁର) ବଡ଼ ଭାଇ କେମିତି ହେବ ତାହା ଶିଖୁଛି। ମୁଁ ବହୁତ ଖୁସି ଅଛି। ଆମକୁ ଶୁଭେଚ୍ଛା ଦିଅନ୍ତୁ। ଖୁବ୍ ଶୀଘ୍ର ଆମ ଘରକୁ ନୂଆ ଅତିଥି ଆସୁଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *