ପନ୍ନୁ ନାଁରେ ସାମ୍ବାଦିକଙ୍କୁ ଆସିଲା ଧମକପୂର୍ଣ୍ଣ ମେଲ୍‌

ଭୁବନେଶ୍ୱର : ଡିଜିପି ସମ୍ମିଳନୀରେ ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ। ଗୁରୁପତୱନ୍ତ ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଆସିଛି ଧମକପୂର୍ଣ୍ଣ ମେଲ୍‌। ଖାସ୍‌କରି ଭୁବନେଶ୍ୱର ବିମାନ ବନ୍ଦରକୁ ଟାର୍ଗେଟ୍ କରିବା ସହ ଡିଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ରହିଛି ଚେତାବନୀ ଅଡ଼ିଓ। ଆକ୍ରମଣ ଧମକ ମିଳିବା ପରେ କମିଶନରେଟ୍ ପୋଲିସର ବଢିଛି ଟେନସନ୍‌। ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି। ଅତିରିକ୍ତ ଫୋର୍ସ ନିୟୋଜିତ କରାଯାଇଛି। ସମସ୍ତ ଫୋନ କଲ ଉପରେ ନଜର ରଖାଯାଇଛି।

ଭୁବନେଶ୍ୱର ଲୋକସେବା ଭବନରେ ୩ ଦିନିଆ ଡିଜିପି ସମ୍ମିଳନୀ ଚାଲିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଏନଏସଏ ଅଜିତ ଡୋଭାଲ ସାମିଲ ହୋଇଛନ୍ତି । ଦେଶର ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଚାଲିଥିବା ବେଳେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ସାମ୍ବାଦିକଙ୍କ ପାଖକୁ ଆସିଛି ଧମକପୂର୍ଣ୍ଣ ମେଲ୍ । ଏହି ମେଲ୍‌ରେ ଆସନ୍ତାକାଲି ଆକ୍ରମଣ ପାଇଁ ଅଡିଓ ଜାରି କରାଯାଇଛି। ଏହି ଅଡିଓରେ ଭୁବନେଶ୍ୱର ବିମାନବନ୍ଦରକୁ ଟାର୍ଗେଟ୍ କରାଯାଇଛି। ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଓଡ଼ାଣ ନ କରିବାକୁ ଚେତାବନୀ ଦିଆଯାଇଛି। ଡିଜିପି ସମ୍ମିଳନୀ ଭଣ୍ଡୁର କରିବାକୁ କୁହାଯାଇଛି। ଏହା ସହ ଖଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷର ପୁରସ୍କାର ରାଶି ଦିଆଯିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ଏନେଇ ଉକ୍ତ ସାମ୍ବାଦିକ ଡିଜିପିଙ୍କୁ ଜଣାଇବା ସହ ଥାନାରେ ଏତଲା ଦେଇଛନ୍ତି।

ଦେଶର ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଶୁକ୍ରବାର ଲୋକସେବା ଭବନରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି। ଆଗାମୀ ଦୁଇ ଦିନ ମଧ୍ୟରେ ଦେଶର ଶୀର୍ଷ ପୋଲିସ ନେତୃତ୍ୱ ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ, ସାଇବର ଅପରାଧ ଏବଂ ଅର୍ଥନୈତିକ ନିରାପତ୍ତା ସମେତ ବର୍ତ୍ତମାନର ଏବଂ ଉଦୀୟମାନ ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ ହେବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *