ଶରଦ କପୁରଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଅଭିଯୋଗ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଶରଦ କପୁରଙ୍କ ବିରୋଧର ସଙ୍ଗୀନ ଅଭିଯୋଗ । କାମ ବାହାନାରେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଉକ୍ତ ଯୁବତୀ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଫେସବୁକ ଜରିଆରେ ଶରଦ କପୁରଙ୍କୁ କାମ କରିବା ପାଇଁ ଯୁବତୀ ଜଣକ ଯୋଗାଯୋଗ କରିଥିଲେ। ପରେ ଦୁହିଁଙ୍କର ଭିଡିଓ କଲ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା। ଶରଦ ଦେଖାକରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଏହା ପରେ ସେ ଫୋନ୍ ମାଧ୍ୟମରେ ତାଙ୍କ ଠିକଣା ଦେଇ ଅଫିସକୁ ଆସିବାକୁ କହିଥିଲେ। କିନ୍ତୁ ସେଠାକୁ ଯିବାପରେ ତାହା ତାଙ୍କ କାର୍ଯ୍ୟାଳୟ ନୁହେଁ ବରଂ ତାଙ୍କ ଘର ବୋଲି ଜଣାପଡିଥିଲା। ସେଠାରେ ଯୁବତୀଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ । ଏନେଇ ଯୁବତୀ ଜଣକ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲୋ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *