ବଢିଲା ଆପ୍‌ର ଅଡୁଆ : ବିଧାୟକ ନରେଶ ବାଲିଆନ ଗିରଫ

ଇସଲାମାବାଦ: ବନ୍ଧା ହେଲେ ଆପ୍ ବିଧାୟକ ନରେଶ ବାଲିଆନ । ଚାନ୍ଦା ମାଗିବା ଅଭିଯୋଗରେ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଆପ୍ ବିଧାୟକଙ୍କୁ ଗିରଫ କରିଛି। ବାଲିଆନ ଏବଂ କୁଖ୍ୟାତ ଗ୍ୟାଙ୍ଗଷ୍ଟର କପିଲ ସାଙ୍ଗୱାନ ଛଦ୍ମନାମ ନନ୍ଦୁଙ୍କ ମଧ୍ୟରେ ଏକ ଅଡିଓ କ୍ଲିପ ସାମ୍ନାକୁ ଆସିବା ପରେ ଏହି ଗିରଫଦାରୀ ହୋଇଛି। ଏହି ଅଡିଓ କ୍ଲିପ୍‌ରେ ବ୍ୟବସାୟୀଙ୍କଠାରୁ ଜୋର ଜବରଦସ୍ତ ଚାନ୍ଦା ସଂଗ୍ରହ କରିବାର ଯୋଜନା ଉପରେ ଆଲୋଚନା ହୋଇଥିବା ଦେଖାଯାଇଛି।

ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅଧିକାରୀଙ୍କ ଅନୁଯାୟୀ, ଏହି ଚାନ୍ଦା ଆଦାୟ ନେଟୱାର୍କରେ ଆଉ କିଏ ଜଡିତ ଅଛନ୍ତି ତାହା ଜାଣିବା ଲାଗି ଅନୁସନ୍ଧାନ କରାଯାଉଛି। ଏହି ଘଟଣା ପୁଣି ଥରେ ଇଇଚ ଦଳକୁ ବିବାଦ ଭିତରକୁ ଆଣିଛି। ଅପରପକ୍ଷେ ଆମ ଆଦମୀ ପାର୍ଟି ବିଧାୟକ ନରେଶ ବାଲିଆନଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି। ଏମ୍‌?ପି ସଞ୍ଜୟ ସିଂ କହିଛନ୍ତି ଯେ ନକଲି ଅଡିଓ କ୍ଲିପ୍ ବିରୋଧରେ କୋର୍ଟର ଷ୍ଟେ ଅର୍ଡର ଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଏହା ଭାଜପାର ନିରାଶା ବୋଲି ସେ କହିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *