ବିକ୍ରାନ୍ତ ଲେଖିଲେ ୨୦୨୫ ହେବ ଶେଷ ସାକ୍ଷାତ

ମୁମ୍ବାଇ: ବଲିଉଡ ଅଭିନେତା ବିକ୍ରାନ୍ତ ମାସେ ପୋଷ୍ଟ ଦେଖି ଚମକି ଗଲେ ଫ୍ୟାନ୍ସ। କାହିଁକି ଏଭଳି ପୋଷ୍ଟ ସେୟାର କଲେ ବିକ୍ରାନ୍ତ ଏବଂ କ୍ୟାରିୟର ପିକ୍ ସମୟରେ ବିକ୍ରାନ୍ତଙ୍କ ଏଭଳି ନିଷ୍ପତି ଫ୍ୟାନ୍ସଙ୍କୁ ମର୍ମାହତ କରିଛି। ବିକ୍ରାନ୍ତ ମାସେ ସୋସିଆଲ ମିଡିଆରେ ବଡ଼ ଘୋଷଣା କରିଛନ୍ତି। ମାତ୍ର ୩୭ ବର୍ଷ ବୟସରେ ସେ ସିନେମା ଜଗତରୁ ଅବସର ନେଉ ଥିବା ଲେଖିଛନ୍ତି। ଯାହା ସମସ୍ତଙ୍କୁ ଚମକାଇ ଦେଇଛି।

ଆଜି ସକାଳୁ ସକାଳୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କଲା ଭଳି ବଲିଉଡରୁ ଅବସର ନେବା ସମ୍ପର୍କରେ ନିଜ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ଗତ କିଛି ବର୍ଷ ଅବିଶ୍ବସନୀୟ ଏବଂ ଅତୁଳନୀୟ ରହିଛି । ମୁଁ ସମସ୍ତଙ୍କୁ ସେମାନଙ୍କର ଅବିସ୍ମରଣୀୟ ସମର୍ଥନ ପାଇଁ ଧନ୍ୟବାଦ ଦେଉଛି । କିନ୍ତୁ ଯେହେତୁ ମୋତେ ଆଗକୁ ବଢିବାର ଅଛି, ମୁଁ ଅନୁଭବ କରୁଛି ଏବେ ଘରକୁ ଫେରିବାର ସମୟ ଆସିଛି । ଜଣେ ସ୍ୱାମୀ, ପିତା ଏବଂ ପୁତ୍ର ଭାବରେ ଆଉ ଜଣେ ଅଭିନେତା ଭାବରେ ମଧ୍ୟ ।

ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୫ରେ ଶେଷ ସାକ୍ଷାତ । ୨୦୨୫ରେ ଶେଷ ଥର ପାଇଁ ତାଙ୍କ ଫ୍ୟାନ୍ସ ତାଙ୍କୁ ବଡ ପରଦାରେ ଦେଖିବେ । ଆସୁଛି ୨୦୨୫, ଆମେ ଶେଷ ଥର ପାଇଁ ପରସ୍ପର ସହ ଭେଟ ହେବ । ଶେଷ ଦୁଇଟି ଫିଲ୍ମ ସହ ଢେର ସାରା ସ୍ମୃତି ବୋଲି ଲେଖି ନିଜ ଫାନ୍ସଙ୍କ ପାଇଁ ଏକ ଇମୋସ୍ନାଲ ପୋଷ୍ଟ ଜାରି କରିଛନ୍ତି ବିକ୍ରାନ୍ତ ।

ବିକ୍ରାନ୍ତଙ୍କ ଏହି ପୋଷ୍ଟ ପରେ ଭାଙ୍ଗି ପଡିଛନ୍ତି ବିକ୍ରାନ୍ତଙ୍କ ପ୍ରଶଂସକ । ଏମିତିକି ତାଙ୍କ ସହ କାମ କରିଥିବା କୋ-ଷ୍ଟାର ମଧ୍ୟ ସରପ୍ରାଇଜ୍ ହୋଇଯାଇଛନ୍ତି । କିଛି କିଛି ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲା ବେଳେ ଆଉ କିଛି ଫ୍ୟାନ୍ସ ଲେଖିଛନ୍ତି, ଦୟାକରି ଯାଆନ୍ତୁ ନାହିଁ, ଆପଣଙ୍କ ଆହୁରି ଫିଲ୍ମ ସିନେମା ହଲରେ ଦେଖିବାର ଅଛି । ଆଉ ଜଣେ ଲେଖିଛନ୍ତି, ଯଦି ଆପଣ ବ୍ରେକ ନେବାକୁ ଚାହୁଁଛନ୍ତି ନିଅନ୍ତୁ। କିନ୍ତୁ ଅବସର ନୁହେଁ। କିଛି ଦିନ ପରେ ନିଶ୍ଚୟ ଫେରନ୍ତୁ। ଏହା ଆପଣଙ୍କ ସମୟ।

ତେବେ କହିରଖୁଛୁ, ୨୦୦୭ରେ ଧୁମ୍ ମଚାଓ ଧୁମ୍ ସିରିଜ ଦ୍ବାରା ଅଭିନୟ ଜଗତରେ ପାଦ ଥାପି ଥିଲେ ବିକ୍ରାନ୍ତ । ଏହାପରେ ଧରମ ବୀର, ବାଳିକା ବଧୂ, କୁବୁଲ ହେ ଭଳି ଅନେକ ଲୋକପ୍ରିୟ ଟିଭି ସିରିୟଲ ମଧ୍ୟ ନଜର ଆସିଛନ୍ତି ବିକ୍ରାନ୍ତ ।୨୦୧୩ରେ ବଲିଉଡରେ ଡେବ୍ୟୁ କରିଥିଲେ ବିକ୍ରାନ୍ତ। ଫିଲ୍ମ ଲୁଟେରାରୁ ସେ ତାଙ୍କ ବଲିଉଡ ଯାତ୍ରା ଆରମ୍ଭ କରିଥିଲେ।
ହେଲେ ୨୦୨୩ ର ଏକ ବାୟୋଗ୍ରାଫିକାଲ ସିନେମା ଟ୍ବିଏଲଥ୍ ଫେଲ୍ ସିନେମା ତାଙ୍କୁ ନୂଆ ପରିଚୟ ଦେଇଥିଲା । ଏଥିପାଇଁ ସେ ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ(ଆଇଏଫଏଫଆଇ)ରେ ପର୍ସନାଲିଟି ଅଫ ଦ ଇୟର ପୁରସ୍କାର ମଧ୍ୟ ପାଇଥିଲେ ।

ଏହା ପରେ ଗୋଟେ ପରେ ଗୋଟେ ହିଟ୍ ଦେଇଥିଲେ । ଏହି ନିକଟ ଅତୀତରେ ତାଙ୍କ ଅଭିନୀତ ଫିଲ୍ମ ‘ସାବରମତି ରିପୋର୍ଟ’ରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ଅନେକ ରାଜ୍ୟ ଏହି ଫିଲ୍ମକୁ ଟ୍ୟାକ୍ସ ମୁକ୍ତ କରିଛନ୍ତି ।

ତେବେ ଖବର ଅନୁଯାୟୀ, ବିକ୍ରାନ୍ତ ବର୍ତ୍ତମାନ ‘ୟାର ଜିଗରି’ ‘ଏବଂ’ ‘ଆଖୋଁ କି ଗୁସ୍ଥାଖିଆଁ’ ସିନେମାରେ ବ୍ୟସ୍ତ ଅଛନ୍ତି । ଯାହାକି ତାଙ୍କ ଅଭିନୀତ ଶେଷ ଦୁଇଟି ଚଳଚିତ୍ର ବୋଲି ଘୋଷଣା କରିଚନ୍ତି ବିକ୍ରାନ୍ତ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *