ଭୁବନେଶ୍ୱର: ରାଜ୍ୟରେ ଦେଖାଗଲାଣୀ ଆଳୁ ସଂକଟ। ପଶ୍ଚିମବଙ୍ଗ ସରକାର ଆଳୁ ନଦେବାରୁ ରାଜ୍ୟରେ ଚଢ଼ା ଦରରେ ବିକ୍ରି ହେଉଛି ଆଳୁ। କିଲୋ ପ୍ରତି କେଉଁଠି ୪୦ ତ ଅନ୍ୟ କେଉଁଠି ୫୦ ଛୁଇଁଲାଣି। ଆଳୁ ଦର ବଢ଼ିବା ନେଇ ଅଭିଯୋଗ ହେବା ପରେ ରାଜଧାନୀ ମାର୍କେଟରେ ରେଡ୍। ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢଉ ଚାଲିଛି। ଆଳୁ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗରେ ରେଡ୍ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ ରେଡ୍ ହୋଇଛି। ୪ ନମ୍ବର ମାର୍କେଟର କିଛି ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ହୋଇଛି।
ସୂଚନାଯୋଗ୍ୟ ଯେ, ଆଳୁ ଦର ଚଢ଼ା ଦରରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ଯାହାକୁ ନେଇ ଆଜି ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ରେଡ୍ ହୋଇଛି। ରାଜଧାନୀର ୟୁନିଟ-୧, ୟୁନିଟ-୪, ଆଇଗିଣିଆ ଆଳୁ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ହୋଇଛି। ଆଳୁ ବିକ୍ରି ବେଳେ ଦୋକାନରେ ରେଟ୍ ଚାର୍ଟ ମରାଯାଇନଥିବା ଅଭିଯୋଗରେ ଯୋଗାଣ ବିଭାଗ ଆକ୍ସନ ମଧ୍ୟ ନେଇଛି।
ଭୁବନେଶ୍ୱର ୪ନଂ ମାର୍କେଟରେ ଚଢ଼ାଉ ବେଳେ ଯୋଗାଣ ଅଧିକାରୀ କହିଛନ୍ତି, ୪୦ ଟଙ୍କାରୁ ଅଧିକ ବିକିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଦୋକାନୀକୁ ପ୍ରଥମେ ନୋଟିସ ଦିଆଯିବ । ସେମାନେ ନୋଟିସରେ କ’ଣ ଜବାବ ରଖିବେ ତାକୁ ଆମେ ଦେଖିବୁ । ପରେ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ବ୍ୟବସାୟୀଙ୍କୁ ରେଟ୍ ଚାର୍ଟ ଲଗାଇବାକୁ କୁହାଯାଇଛି ।
ସେପଟେ କଟକ ଛତ୍ର ବଜାରରେ ଆଜି ଆଳୁ ୫୦ ଟଙ୍କା କେଜି ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହେବା ପରେ ଯୋଗାଣ ବିଭାଗ ପକ୍ଷରୁ ତୁରନ୍ତ ଚଢାଉ କରାଯାଇଥିଲା । ବର୍ତ୍ତମାନ ୪୫ ଟଙ୍କାର ଆଳୁ ବିକ୍ରି କରାଯାଉଛି । ତେବେ ବର୍ତ୍ତମାନ ରାଜ୍ୟରେ ପ୍ରଚୁର ମାତ୍ରାରେ ଆଳୁ ଅଛି । ଆଜି ସକାଳେ ୫ଟି ଟ୍ରକ ଆସି ପହଞ୍ଚିଛି । ଆଳୁ କ୍ବିଟାଲ ପ୍ରତି ୩୭ କୁ ୩୮ ଶହ ରହିଛି । ସେହିପରି ୧୦୦୦ କୁଇଣ୍ଟାଲ ଆଳୁ ଷ୍ଟକ୍ ରଖାଯାଇଥିବା ନେଇ ସୂଚନା ଦେଇଛି ଯୋଗାଣ ବିଭାଗ ।