ଡିସେମ୍ବର ୨୦ରେ ପରଦାକୁ ଆସିବ ବନବାସ

ମୁମ୍ବାଇ: ବ୍ଲକବ୍ଲାଷ୍ଟର ଫିଲ୍ମ ଗଦର-୨ର ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ‘ବନବାସ’ ଫିଲ୍ମ ପରଦାକୁ ଆସିବ। ଯାହାର ଟ୍ରେଲର ରିଲିଜ ସରିଛି। ଟ୍ରେଲରେ ଫିଲ୍ମର କାହାଣୀ ଜବରଦସ୍ତ ରହିଛି। ଫିଲ୍ମରେ ନାନା ପାଟକର, ଉତ୍କର୍ଷ ଶର୍ମାଙ୍କ ଚରିତ୍ରକୁ ଗୁରୁତ୍ୱ ଦିଆଯାଇଛି।

ଫିଲ୍ମର କାହାଣୀରେ ପାରିବାରିକ କାହାଣୀକୁ ନେଇ ପର୍ଯ୍ୟବେସିତ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା। ପରିବାରର ପ୍ରକୃତ ଅର୍ଥ କ’ଣ ଫିଲ୍ମରେ ଦର୍ଶାଯାଇଛି। ଫିଲ୍ମରେ ଦର୍ଶାଯାଇଛି କି ସମ୍ପର୍କ ରକ୍ତରୁ ନୁହେଁ ବରଂ ପ୍ରେମରୁ ସମ୍ପର୍କ ଗଢ଼ିଉଠେ। ଟ୍ରେଲରେ ନାନା ପାଟେକର, ଉତ୍କର୍ଷ ଶର୍ମାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି।

ନିର୍ଦ୍ଦେଶକ ଅନିଲ ଶର୍ମା କହିଛନ୍ତି ଫିଲ୍ମ କାହାଣୀ ପୁରା ବ୍ୟକ୍ତିଗତ, କାରଣ ଏହା ହେଉଛି ପ୍ରେମ, ବଳିଦାନ ଏବଂ ପରିବାର ପ୍ରକୃତ ଅର୍ଥ। ଏସବୁକୁ ନେଇ ଫିଲ୍ମର କାହାଣୀ ନିର୍ମାଣ କରାଯାଇଛି। ନାନା ପାଟେକର କହିଛନ୍ତି ବନବାସ ଫିଲ୍ମର କାହାଣୀ ଭାବନାର ଦର୍ପଣ। ଯାହାକୁ ଆମେ ସବୁବେଳେ ନିଜ ଭିତରେ ଲୁଚେଇ ରଖୁ। ଡିସେମ୍ବର ୨୦ରେ ଫିଲ୍ମ ପରଦାରେ ରିଲିଜ ହେବ। ଫିଲ୍ମ ପ୍ରମୋସନରେ ଲାଗିପଡ଼ିଛନ୍ତି ଷ୍ଟାରକାଷ୍ଟମାନେ। ସେପଟେ ବନବାସ ଫିଲ୍ମ ଜରିଆରେ ବହୁ ଦିନ ପରେ ବଡ଼ ପରଦାକୁ ଫେରିଛନ୍ତି ନାନା ପାଟେକର। ଫିଲ୍ମ ପ୍ରମୋସନରେ ମଧ୍ୟ ନାନା ପାଟେକର ଅନେକ ରିୟାଲିଟି ଶୋରେ ଆସୁଥିବା ଦେଖିବାକୁ ମିଳିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *