ଜାପାନ: ସମଗ୍ର ବିଶ୍ୱରେ ହଜାର ହଜାର ମନ୍ଦିର ଅଛି, ପ୍ରତ୍ୟେକଟିର ନିଜସ୍ୱ କାହାଣୀ ଏବଂ ମହତ୍ତ୍ୱ ରହିଛି । କେତେକ ମନ୍ଦିର ସେମାନଙ୍କର ମହାନ ସ୍ଥାପତ୍ୟ ପାଇଁ ଜଣାଶୁଣା ହୋଇଥିବାବେଳେ କେତେକ ମନ୍ଦିର ସେମାନଙ୍କର ଧାର୍ମିକ ବିଶ୍ୱାସ ପାଇଁ ଜଣାଶୁଣା । ଭାରତରେ ଭଗବାନ ଏବଂ ଦେବୀଙ୍କୁ ଉତ୍ସର୍ଗୀକୃତ ଅନେକ ମନ୍ଦିର ଅଛି, କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏକ ମନ୍ଦିର ଅଛି ଯାହା ଏହାର ଅନନ୍ୟ ପରମ୍ପରା ପାଇଁ ଜଣାଶୁଣା? ସାଧାରଣତ ଲୋକମାନେ ସେମାନଙ୍କର ଇଚ୍ଛା ପୂରଣ କରିବା ପାଇଁ ଏବଂ ଆଶୀର୍ବାଦ ପାଇବାକୁ ମନ୍ଦିରକୁ ଯାଆନ୍ତି, କିନ୍ତୁ ଜାପାନରେ ଏପରି ଏକ ମନ୍ଦିର ଅଛି ଯାହା ଜାପାନର ଛାଡପତ୍ର ମନ୍ଦିର ଭାବରେ ଜଣାଶୁଣା ।
ଘରୋଇ ହିଂସା କିମ୍ବା ଅତ୍ୟାଚାରର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଏହି ମନ୍ଦିର ଏକ ଆଶ୍ରୟସ୍ଥଳୀ । କୁହାଯାଏ ଯେ ଏହି ମନ୍ଦିର ଶତାବ୍ଦୀ ପୂର୍ବରୁ ସ୍ଥାପିତ ହୋଇଥିଲା, ଯେତେବେଳେ ଜାପାନରେ ମହିଳାଙ୍କ ଅଧିକାର ବହୁତ କମ୍ ଥିଲା। ଏଠାକୁ ଆସିବା ଦ୍ୱାରା ମହିଳାମାନେ କେବଳ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ହୋଇନଥିଲେ, ବରଂ ସାମାଜିକ ସମର୍ଥନ ମଧ୍ୟ ପାଇଥିଲେ। ଆଜି ବି ଏହି ମନ୍ଦିର ମହିଳା ସଶକ୍ତିକରଣର ପ୍ରତୀକ ଅଟେ। ଆସନ୍ତୁ ଜାଣିବା ଏହା ବିଷୟରେ ।
ସୂଚନା ଅନୁସାରେ ବହୁତ ବର୍ଷ ପୂର୍ବେ ଯେତେବେଳେ ଜାପାନର ମହିଳାମାନଙ୍କୁ ନିଜସ୍ୱ କିଛି ଅଧିକାର ମିଳୁନଥିଲା ସେତେବେଳେ ଏହି ମନ୍ଦିରର ସ୍ଥାପନା କରାଯାଇଥିଲା । ମହିଳାମାନଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିବାକୁ ଯାଇ ପୁରୁଷମାନେ ଅତି ସହଜରେ ଛାଡପତ୍ର ଦେଉଥିଲେ । ଘରୋଇ ହିଂସାରେ ପିଡିତ ମହିଳାମାନଙ୍କୁ ଆଶ୍ରୟ ଦିଏ ଏହି ମନ୍ଦିର । ପୁରୁଷମାନଙ୍କ ଅତ୍ୟାଚାର ଓ କ୍ରୁରତାର ଶିକାର ମହିଳାମାନଙ୍କ ପାଇଁ ଏହି ମନ୍ଦିରର ଦ୍ୱାର ସବୁବେଳେ ଖୋଲା ରହିଥାଏ । ଏଠାରେ ଥିବା ପିଡିତାମାନଙ୍କୁ ଯେ କେବଳ ଶାରୀରିକ,ମାନସିକ ସ୍ତରରେ ଠିକ୍ କରାଯାଏ ତାହା ନୁହେଁ, ସେମାନଙ୍କ ପାଇଁ ଆଧ୍ୟାତ୍ମିକ ବାତାବରଣ କରାଯାଏ ଯେଉଁଠି ତାଙ୍କୁ ମାନସିକ ଶାନ୍ତି ମିଳେ । ଆଜିବି ଏହି ମନ୍ଦିର ସେହି ମହିଳାମାନଙ୍କ ପ୍ରେରଣାର ଉତ୍ସ ଯେଉଁମାନେ ଅତ୍ୟାଚାରର ସାମ୍ନା କରୁଛନ୍ତି ଏବଂ ସେମାନଙ୍କୁ ସାହାରା ଦେବାକୁ କେହି ନଥାନ୍ତି । ଏହି ମନ୍ଦିରଟି ମହିଳା ସଶକ୍ତିକରଣର ପ୍ରତୀକ କହିଲେ ଅତୁକ୍ତି ହେବ ନାହିଁ ।
ପ୍ରାୟ ୭୦୦ ବର୍ଷ ତଳର ଏହି ମନ୍ଦିର ଜାପାନର କାମାକୁରା ସହରରେ ଅବସ୍ଥିତ । ବୈଦଧ ନନ୍ କାକୁସନ ତାଙ୍କ ସ୍ୱାମୀ ହୋଜୋ ଟୋକିମୁନଙ୍କ ସହ ମିଶି ଏହି ମନ୍ଦିର ନିର୍ମାଣ କରିଥିଲେ । ଏହି ମନ୍ଦିରରେ ଆଶ୍ରୟ ନେଉଥିବା ମହିଳାମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ମଧ୍ୟ ସୁଯୋଗ ଦିଆଯାଏ । ପର୍ବେ ଏହି ମନ୍ଦିର କେବଳ ମହିଳା ମାନଙ୍କପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ୧୯୦୨ ଏଙ୍ଗାକୁଜୀ ଏହି ମନ୍ଦିର ଉପରେ କବ୍ଚା କରି ମନ୍ଦିରର ମୁଖ୍ୟ ଭାବରେ ଜଣେ ପୁରୁଷଙ୍କୁ ନିଯୁକ୍ତି ଦେଲେ ଏବଂ ସେବେଠାରୁ ବେସେହାରା ପୁରୁଷ ମାନଙ୍କୁ ମଧ୍ୟ ସେଠାରେ ରହିବାକୁ ସୁଯୋଗ ମିଳିଲା ।
ସବୁ ଦେଶ ତୁଳାନରେ ଧାର୍ମିକ ପୀଠକୁ ନେଇ ଭାରତରେ ଅନେକ ବିବିଧତା ରହିଛି । ହେଲେ ଜାପାନ ଭଳି ଏକ ନାସ୍ତିକବାଦୀ ଦେଶରେ ଏଭଳି ଏକ ମନ୍ଦିର ଓ ଯାହାର ମହତ୍ୱ ବେଶ ଜନଉପଯୋଗୀ ତାହା ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ ।