ବିଶ୍ୱପ୍ରସିଦ୍ଧ ତାଜମହଲକୁ ବୋମା ପକାଇ ଉଡ଼ାଇଦେବାକୁ ଧମକ

ଆଗ୍ରା: ଆଗ୍ରାର ବିଶ୍ୱପ୍ରସିଦ୍ଧ ତାଜମହଲକୁ ବୋମା ପକାଇ ଉଡ଼ାଇଦେବାକୁ ଧମକ । ତାଜମହଲକୁ ଉଡ଼ାଇଦେବାକୁ ଇମେଲ୍ ଜରିଆରେ ଧମକ ମିଳିଛି। ଏସିପି ତାଜ ସିକ୍ୟୁରିଟି ସୟଦ ଅରିବ ଅହମ୍ମଦ କହିଛନ୍ତି ଯେ ପର୍ଯ୍ୟଟନ ବିଭାଗକୁ ଏହି ଇମେଲ ଆସିଛି। ଏନେଇ ତାଜଗଞ୍ଜ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବିଗତ କିଛି ଦନ ହେଲା ଦୁର୍ବୃତ୍ତ ମାନେ ସ୍କୁଲ, ବିମାନ ଓ ହୋଟେଲକୁ ବୋମା ଧମକ ଦେବା ପରେ ଏବେ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଧମକାଇବା ଆରମ୍ଭ କରିଛନ୍ତି । ବିଶ୍ୱର ସାତଟି ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲକୁ ବୋମା ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇଛି । ପର୍ଯ୍ୟଟନ ବିଭାଗକୁ ପଠାଯାଇଥିବା ମେଲରେ ଦୁର୍ବୃତ୍ତମାନେ ତାଜମହଲକୁ ବୋମା ବିସ୍ଫୋରଣ ଦ୍ୱାରା ଧ୍ୱଂସ କରିବାକୁ ଧମକ ଦେଇଛନ୍ତି । ଏହି ଧମକପୂର୍ଣ୍ଣ ଇମେଲ୍ ପାଇବାରେ ସ୍ଥାନୀୟ ପୋଲିସ ପ୍ରଶାସନ ସଫଳ ହୋଇଛି। ତାଜମହଲ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ଯାଞ୍ଚ କରାଯାଇଥିଲା। ତାଜମହଲ ଭିତରେ ସିଆଇଏସଏଫ୍ ଟିମ୍ ତଦନ୍ତ କରିଛି। ତାଜମହଲର ସମସ୍ତ ଅଞ୍ଚଳର ଯାଞ୍ଚ କରାଯାଉଛି। ମାତ୍ର ଏପର୍ଯ୍ୟନ୍ତ ପୋଲିସ କୌଣସି ସନ୍ଦେହଜନକ ଜିନିଷ ପାଇନାହିଁ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *