ନୂଆଦିଲ୍ଲୀ : ପୁଣି ଗୁଗୁଲ ମ୍ୟାପ ଦେଖାଇଲା ଭୁଲ ରାସ୍ତା । ଫଳରେ ଏକ କାର କେନାଲକୁ ଖସି ପଡ଼ିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । କାର କେନାଲକୁ ଖସିବା ମାତ୍ରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଏକ ଜେସିବି ସାହାଯ୍ୟରେ ଉପରକୁ ଉଠାଇଥିଲା । ଉତ୍ତରପ୍ରଦେଶର ବରେଲି ଜିଲାରେ ଭୁଲ ଗୁଗୁଲ ମ୍ୟାପ ଯୋଗୁ ଏହି ଦୁର୍ଘଟଣା ଘଟିଛି।
ଗୁଗୁଲ୍ ମ୍ୟାପରୁ ସ୍ଥାନ ଦେଖି ଯାତ୍ରା କରିବା ଅତ୍ୟନ୍ତ ବିପଜ୍ଜନକ ହୋଇଛି। ଗତ ୨୪ ତାରିଖରେ ଅସମ୍ପୂର୍ଣ୍ଣ ବ୍ରିଜରୁ ଏକ କାର ଖସିପଡି ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏବେ ପୁଣି ଏକ କାର କେନାଲକୁ ଖସିପଡ଼ିଛିି । ବରେଲିର ଇଜ୍ଜତ ନଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଥିବା ପିଲିଭିତ ରୋଡରେ ଭୁଲ ଗୁଗୁଲ ମ୍ୟାପ ଯୋଗୁ ଏକ କାର କାଲାପୁର କେନାଲରେ ପଡିଯାଇଥିଲା। କାରରେ ତିନି ଜଣ ଥିଲେ।
ସୌଭାଗ୍ୟବଶତଃ ତିନିଜଣଙ୍କ ଜୀବନ ବଞ୍ଚି ଯାଇଥିଲା। ଅରୟା ବାସିନ୍ଦା ଦିବ୍ୟାଶୁଂଙ୍କ ପୁଅ ମହେନ୍ଦ୍ର ପ୍ରତାପ ସିଂ ଏବଂ ତାଙ୍କ ସହିତ ଦୁଇ ଜଣ ବ୍ୟକ୍ତି ଏକ କାରରେ ଯାଇଥିଲେ। ସେମାନେ ଗୁଗୁଲ ମ୍ୟାପ ସାହାଯ୍ୟରେ ପିଲିଭିତ ଯାଉଥିଲେ। ବାରକାପୁର ତିରାହା ଗାଁ ନିକଟରେ ଥିବା କାଲାପୁର କେନାଲରେ କାରଟି ଓଲଟି ପଡିଥିଲା। କାରରେ ଥିବା ତିନି ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। କାରଟି ଏକ କ୍ରେନ ସହିତ ବାହାରକୁ ଅଣାଯାଇଥିଲା।