ବିଳମ୍ବରେ ପହଞ୍ଚିବାରୁ ବରକୁ ରଖିଲେ ବନ୍ଧକ

ଅମେଠି : ବିଳମ୍ବରେ ବର ଓ ବରଯାତ୍ରୀ ବିବାହ ମଣ୍ଡପରେ ପହଞ୍ଚିବାରୁ କନ୍ୟା ପକ୍ଷ ଲୋକେ ବରକୁ ରଖିଲେ ବନ୍ଧକ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାଶୁଝା କରିବା ପରେ ଆପୋସ ସମାଧାନ ହୋଇଥିଲା । ଉତ୍ତର ପ୍ରଦେଶର ଅମେଠିରୁ ଏପରି ଏକ ଅଜବ ବିବାହ ମାମଲା ସାମ୍‌ନାକୁ ଆସିଛି।

ଅମେଠିର ଶୁକୁଲ୍ ବଜାର ଥାନା ଖୋଦବ୍‌୍ ଗ୍ରାମରେ ଆୟୋଜିତ ହୋଇଥିଲା ଏହି ବିବାହ ଉତ୍ସବ। ଅଯୋଧ୍ୟାର ଉସ୍‌ହରନ ନିବାସୀ ସୋହନ ଲାଲ ନାମକ ଜଣେ ଯୁବକ ସୋମବାର ରାତିରେ ବରଯାତ୍ରୀ ଧରି ନିଜ ବିବାହ ସ୍ଥଳରେ ପହଞ୍ଚିବାର ଥିଲା। ତେବେ କୌଣସି କାରଣବଶତଃ ବର ଆସି ନ ଥିଲା। କନ୍ୟାପକ୍ଷ ସୋହନଙ୍କୁ କଲ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ବନ୍ଦ ରହିଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି କନ୍ୟାପକ୍ଷ ପୋଲିସକୁ ଖବର ଦେଇଥିଲେ। ପୋଲିସ ସୋହନଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଥିଲା। ପୋଲିସ ଓ କନ୍ୟାପକ୍ଷଙ୍କ ଅନୁରୋଧକ୍ରମେ ସୋମବାର ରାତି ସାଢ଼େ ୨ଟାରେ ସୋହନ ବିବାହ ସ୍ଥଳରେ ପହଞ୍ଚିଥିଲେ। ତେବେ ସୋହନ ଆସିବା ପରେ କନ୍ୟାପକ୍ଷ ବିବାହକୁ ରଦ୍ଦ କରିବା ସହ ତାଙ୍କୁ ବନ୍ଧକ କରି ରଖିଥିଲେ। ବିବାହରେ ଯେତେ ଖର୍ଚ୍ଚ ହୋଇଛି ସେ ସମସ୍ତ ଅର୍ଥ ଦେବା ପରେ ସୋହନଙ୍କୁ ଛାଡ଼ିବେ ବୋଲି କନ୍ୟାପକ୍ଷ ଜିଦ୍ ଧରିଥିଲେ ।

କନ୍ୟାଙ୍କ ବାପା କହିଛନ୍ତି ଯେ, ଏହି ବିବାହ ତାରିଖ ୧୦ ମାସ ତଳୁ ଠିକ ହୋଇଥିଲା । ସୋହନ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ବିବାହ କରିବାକୁ ଆସିବାକୁ ଚାହୁଁ ନ ଥିଲେ । ସେହିପରି ଯୌତୁକ ଆକାରରେ ସେ କାର ଏବଂ ବାଇକ୍ ମାଗିଥିଲେ । ଏହା ତାଙ୍କୁ ମିଳି ନ ଥିଲା। ତେଣୁ ସେ କ୍ଷୁବ୍ଧ ହୋଇ ଶେଷ ମୁହୂର୍ତ୍ତରେ ବିବାହ କରିବାକୁ ଅରାଜି ହୋଇଥିଲେ ବୋଲି ସେ କହିଛନ୍ତି।

ଅନ୍ୟପଟେ ସୋହନଙ୍କ ପରିବାରବର୍ଗ କହିଛନ୍ତି, ବିବାହର ୩ ଦିନ ପୂର୍ବରୁ ସୋହନ କେଉଁଆଡ଼େ ଚାଲିଯାଇଥିଲେ। ତାଙ୍କର ଫୋନ୍ ମଧ୍ୟ ବନ୍ଦ ରହିଥିଲା। ହେଲେ ସୋହନ କହିଛନ୍ତି ଯେ, ସେ କେଉଁଆଡ଼େ ଚାଲି ଯାଇ ନ ଥିଲେ। ଏକ କାମରେ ଲକ୍ଷେ୍ମø ଯାଇଥିଲେ। ସେଠାରେ ତାଙ୍କ ଫୋନ୍ ଖରାପ ହୋଇଯାଇଥିଲା। ସେଥିପାଇଁ ସେ ବିବାହ ସ୍ଥଳରେ ବିଳମ୍ବରେ ପହଞ୍ଚିଥିଲେ। କନ୍ୟାପକ୍ଷଙ୍କୁ କୌଣସି ଧୋକା ଦେଇନାହାନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *