ଦେବେନ୍ଦ୍ର ଫଡନଭିସ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସବୁ ଅପେକ୍ଷାର ହେଲା ଅନ୍ତ । ବାଜିଲା ମୋହର । ଶେଷରେ ଭାଜପା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ମହାରାଷ୍ଟ୍ର ଭାଜପାର ସୁପରଷ୍ଟାର ନେତା ଦେବେନ୍ଦ୍ର ଫଡନାଭିସ ହେବେ ନୂଆ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର ଭାଜପା ବିଧାୟକ ଦଳର ବୈଠକରେ ଏହି ନାମକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ବୈଠକରେ ନିର୍ମଳା ସୀତାରମଣ ଏବଂ ବିଜୟ ରୂପାନୀ ଉପସ୍ଥିତ ଥିଲେ। ବିଧାୟକ ପାର୍ଟି ବୈଠକ ପୂର୍ବରୁ ମଧ୍ୟ ଭାଜପା ବିଧାୟକମାନେ କହିଥିଲେ ଯେ ଦେବେନ୍ଦ୍ର ଫଡନାଭିସଙ୍କ ସହ ସମସ୍ତ ବିଧାୟକଙ୍କ ସମର୍ଥନ ରହିଛି।

ଭାଜପାର ନବନିର୍ବାଚିତ ବିଧାୟକ ପ୍ରବୀଣ ବସନ୍ତରାଓ ଟେଡେ କହିଛନ୍ତି ଯେ, ଆମେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡନାଭିସ ଚୟନ କରୁଛୁ। ସେ ଏପରି ଜଣେ ନେତା ଯିଏ ମହାରାଷ୍ଟ୍ରରେ ସକରାତ୍ମକ ପରିବର୍ତ୍ତନ ଏବଂ ଉନ୍ନତି ଆଣିପାରିବେ । ତାଙ୍କର ସରକାର ଚଳାଇବାର ଅଭିଜ୍ଞତା ରହିଛି। ଏହା ବ୍ୟତୀତ ନବ ନିର୍ବାଚିତ ଭାଜପା ବିଧାୟକ ରବି ରାଜ ମଧ୍ୟ କହିଛନ୍ତି ଯେ, ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ସେ ଖୁବ ଶୀଘ୍ର ଶପଥ ଗ୍ରହଣ କରିବେ। ଏହି ନିଷ୍ପତ୍ତିକୁ ସମଗ୍ର ଦଳ ସମର୍ଥନ କରନ୍ତି। ଅଧିକ ଅଗ୍ରଗତି ପାଇଁ ମହାରାଷ୍ଟ୍ର ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱ ଆବଶ୍ୟକ କରେ । ଏକନାଥ ଶିନ୍ଦେ ଏବଂ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ଭାଜପାର ନୂତନ ଭାବେ ନିର୍ବାଚିତ ବିଧାୟକ ଭୀମରାଓ କେରାମ କହିଛନ୍ତି ଯେ ଦେବେନ୍ଦ୍ର ଫଡନାଭିସ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସରକାରଙ୍କୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *