ମୁମ୍ବାଇ: କିଛି ଦିନ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଏହାର ସସପେନ୍ସ ଶେଷ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦବୀ ଉପରେ ଥିବା ସନ୍ଦେହ ମଧ୍ୟ ଦୂର ହୋଇଛି। ଶେଷରେ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏକନାଥ ସିନ୍ଦେ ରାଜି ହୋଇଛନ୍ତି। ସେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ରାଜି ହୋଇଛନ୍ତି। ଫଡନବିସ୍ ଏକ ସାମ୍ବାଦିକ ସମ୍ମିଳନୀରେ ସିନ୍ଦେଙ୍କୁ ସରକାରରେ ଯୋଗଦେବାକୁ ଅନୁରୋଧ କରିଥିଲେ।
ଆଜି ସିନ୍ଦେ ଏବଂ ଏନସିପି ମୁଖ୍ୟ ଅଜିତ ପାୱାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ଜଣାଯାଇଛି । ଏହାପୂର୍ବରୁ, ସିନ୍ଦେଙ୍କୁ ଧନ୍ୟବାଦ ଜଣାଇବାବେଳେ ଫଡନବିିସ୍ କହିଥିଲେ ଯେ, ସେ ୁସିନ୍ଦେଙ୍କୁ କ୍ୟାବିନେଟରେ ରହିବାକୁ ଅନୁରୋଧ କରିଥିଲେ। ତାଙ୍କର ପୁରା ଆଶା ସେ ରହିବେ। ମୁଖ୍ୟମନ୍ତ୍ରୀଙ୍କ ପଦ କେବଳ ଆମ ମଧ୍ୟରେ ଏକ ବୈଷୟିକ ଚୁକ୍ତି। ଆମେ ନିଷ୍ପତ୍ତି ନେବା ପାଇଁ ଏକାଠି ହୋଇଛୁ ଏବଂ ଏହା ଜାରି ରଖିବୁ। ଏହାପୂର୍ବରୁ ସିନ୍ଦେ କହିଥିଲେ ଯେ ଅଢେଇ ବର୍ଷ ପୂର୍ବେ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବା ପାଇଁ ମୋ ନାମକୁ ସୁପାରିଶ କରିଥିଲେ। ଏଥର ଆମେ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ହେବାକୁ ସୁପାରିଶ କରୁଛୁ।