ପୁଷ୍ପା-୨କୁ ଦର୍ଶକ ଦେଲେ ଭଲ ରେସପନ୍ସ

ମୁମ୍ବାଇ: ରିଲିଜ୍ ହୋଇଛି ମୋଷ୍ଟ ଆୱେଟେଡ୍ ଫିଲ୍ମ ‘ପୁଷ୍ପା-୨’ ଦ ରୁଲ୍ । ସବୁଠି ପୁଷ୍ପା-୨ କ୍ରେଜ୍ । ସବୁ ହଲ୍ ହାଉସଫୁଲ୍ । ହଲ୍ ଆଗରେ ଫ୍ୟାନ୍ସଙ୍କ ଖଚାଖଚ ଭିଡ଼ । ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଝଲକ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ । ବାଣ ଫୁଟାଇ ବାଜା ବଜାଇ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ହଲ ଆଗରେ ଲାଗିଛି ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ଼ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନା । ପୁଷ୍ପା ପାର୍ଟ-୧ର ସଫଳତା ପରେ ଏବେ ପାର୍ଟ-୨ ନେଇ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଏହି ପ୍ରିମିୟରର ଭିଡିଓ ଭାଇରାଲ ହେଉଛି। ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦର ଏକ ଥିଏଟରକୁ ‘ପୁଷ୍ପା ୨’ ଦେଖିବାକୁ ଆସିବା ଖବର ଜଣାପଡିବା ପରେ ତାଙ୍କୁ ଦେଖିବା ପାଇଁ ସେଠାରେ ବହୁ ସଂଖ୍ୟାକ ଲୋକ ଗହଳି ଜମାଇଥିଲେ।

ଅଲ୍ଲୁଙ୍କ ପ୍ରଶଂସକମାନେ ପୁଷ୍ପା-୨ର ରିଲିଜ୍ ଉତ୍ସବ ପ୍ରେକ୍ଷାଳୟ ବାହାରେ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ସେଠାରେ ଅଭିନେତାଙ୍କ ବଡ଼ ବଡ଼ ହୋର୍ଡିଂ, ପୋଷ୍ଟର ଲାଗିଛି। ପ୍ରଶଂସକମାନେ ଢୋଲ ବଜାଇଥିଲେ। ସାଉଥ୍ ସୁପରଷ୍ଟାରଙ୍କ ପାଇଁ ପ୍ରଶଂସକଙ୍କ କ୍ରେଜ୍ ଏକ ଭିନ୍ନ ସ୍ତରରେ ଦେଖିବାକୁ ମିଳୁଛି। ଭିଡିଓରେ ଲୋକମାନେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି।

ଗତକାଲି ରାତିରେ ହାଇଦ୍ରାବାଦରେ ଫିଲ୍ମର ପ୍ରିମିୟର ସୋ ହୋଇସାରିଛି । ସାରା ବିଶ୍ବରେ ୧୦ ହଜାରରୁ ଅଧିକ ସିନେମା ହଲରେ ରିଲିଜ ହୋଇଛି ଫିଲ୍ମ । ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ସବୁ ରେକର୍ଡ କାଟିଛି ପୁଷ୍ପା । ‘ପୁଷ୍ପା ୨’ ବିଦେଶୀ ବକ୍ସ ଅଫିସରେ ୩୦ କୋଟିରୁ ଅଧିକ ଟଙ୍କା ପୂର୍ବରୁ ବିକ୍ରି କରିଛି । ଯେତେବେଳେ କି ଭାରତରେ ୭୫ କୋଟିରୁ ଅଧିକ ମୂଲ୍ୟର ପୂର୍ବ ବିକ୍ରୟ କରାଯାଇଛି। ‘ପୁଷ୍ପା ୨’ , ‘କଲ୍କି ୨୮୯୮ଇଊ’ ପରେ ସାରା ବିଶ୍ୱରେ ୧୦୦ କୋଟି ଟଙ୍କାର ଆଡଭାନ୍ସ ବୁକିଂ ହାସଲ କରିବାରେ ଏହା ୨୦୨୪ର ଦ୍ୱିତୀୟ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି । ନିର୍ମାତାମାନେ ଗତ ମଙ୍ଗଳବାରରେ ‘ପୁଷ୍ପା ୨’ର ଆଡଭାନ୍ସ ବୁକିଂ ବିଷୟରେ ଅପଡେଟ୍ ସେୟାର କରିଥିଲେ । ସେୟାର ହୋଇଥିବା ପୋଷ୍ଟର କ୍ୟାପସନରେ ଲେଖାଅଛି, ‘ପୁଷ୍ପା ୨: ଦ ରୁଲ’ ଆଡଭାନ୍ସ ବୁକିଂ ସହିତ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି ।
ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ପ୍ରଶଂସକମାନେ ପୁଷ୍ପା-୨ର ମଧ୍ୟରାତ୍ରି ଶୋ’କୁ ଉପଭୋଗ କରିଥିଲେ। କିନ୍ତୁ ବେଙ୍ଗାଲୁରୁରେ ପୁଷ୍ପାଙ୍କ ମଧ୍ୟରାତ୍ରି ଶୋ’ ବାତିଲ କରି ସକାଳ ୬ଟାକୁ ସ୍ଥାନାନ୍ତର କରାଯାଇଥିଲା। ସୋ’କୁ ବାତିଲ କରିବାକୁ ବେଙ୍ଗାଲୁରୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଥିଲେ। କାରଣ କନ୍ନଡ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ ଭୋର ୩ଟାରେ ସୋ’କୁ ବିରୋଧ କରିଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *