ଆପ୍‌କୁ ଝଟ୍‌କା, ସନ୍ୟାସ ନେଲେ ବାଚସ୍ପତି ରାମ ନିବାସ ଗୋଏଲ

ନୂଆଦିଲ୍ଲୀ: ରାଜନୀତିରୁ ସନ୍ନ୍ୟାସ ନେଲେ ଆମ୍ ଆଦ୍‌ମୀ ପାର୍ଟିର ବରିଷ୍ଠ ବିଧାୟକ ତଥା ବାଚସ୍ପତି ରାମ ନିବାସ ଗୋଏଲ । ଏନେଇ ସେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି। ବୟସ ବଢିଯାଇଥିବାରୁ ରାଜନୀତିରୁ ସନ୍ନ୍ୟାସ ନେଇଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଏହି ବଡ଼ ଝଟ୍‌କା। ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମ ନିବାସ ଗୋଏଲ ଆଉ ଲଢିବେନି ନିର୍ବାଚନ। ଏନେଇ ସେ କେଜ୍ରିୱାଲଙ୍କୁ ଦେଇଛନ୍ତି ଏକ ଚିଠି। ଗୋଏଲ କହିଛନ୍ତି ଯେ, ୧୦ ବର୍ଷ ହେଲା ମୁଁ ବିଧାନସଭାର ବିଧାୟକ ତଥା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଛି । ଆପଣ ମୋତେ ସବୁବେଳେ ବହୁତ ସମ୍ମାନ ଦେଇଛନ୍ତି, ଯାହା ପାଇଁ ମୁଁ ଆପଣଙ୍କ ପାଖରେ ସର୍ବଦା କୃତଜ୍ଞ ରହିବି। ଦଳ ଏବଂ ସମସ୍ତ ବିଧାୟକ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି। ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ମୋର ବୟସ ହେତୁ ମୁଁ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି। କିନ୍ତୁ ମୁଁ ସବୁବେଳେ ଆମ୍ ଆଦମୀ ପାର୍ଟିର ସେବା ଜାରି ରଖିବି। ଆପଣ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ମୁଁ କରିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।

କେଜ୍ରିୱାଲ କହିଛନ୍ତି, ଗୋଏଲଜୀ ନିର୍ବାଚନୀ ରାଜନୀତିରେ ଅଲଗା ହେବାର ନିଷ୍ପତ୍ତି ଆମ ପାଇଁ ଖୁବ୍ ଆବେଗର କ୍ଷଣ। ତାଙ୍କ ମାର୍ଗଦର୍ଶନ ଆମକୁ ଗୃହ ଭିତରେ ଓ ବାହାରେ ସଠିକ ମାର୍ଗଦର୍ଶନ କରିଛି। ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି। ଗୋଏଲଜୀ ଆମ ପରିବାରର ଅବିଭାବକ ଥିଲେ ଓ ସବୁବେଳେ ମଧ୍ୟ ରହିବେ। ଭବିଷ୍ୟତରେ ପାର୍ଟିକୁ ତାଙ୍କର ଅନୁଭବ ଓ ସେବାର ସବୁବେଳେ ଆବଶ୍ୟକତା ରହିବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *