ପୁଷ୍ପା-୨ ନେଇ ଦର୍ଶକଙ୍କ କ୍ରେଜ୍‌


ମୁମ୍ବାଇ: ପ୍ରଥମ ଦିନରେ ରେକର୍ଡ କରିଛି ପୁଷ୍ପା-୨ ଦ ରୁଲ। ଅଲ୍ଲୁ ଅର୍ଜ୍ଜୁନଙ୍କ ଦମଦାର ଡାଏଲଗ ଦର୍ଶକଙ୍କ ମତୁଆଲା କରିଛି। ପ୍ରଥମ ଦିନରେ ପ୍ରିମିୟର ଶୋରେ ଦର୍ଶକଙ୍କ ଖଚାଖଚ ଭିଡ଼ ହୋଇଥିଲା। ୧୦ ହଜାର ସିନେମା ହଲରେ ଫିଲ୍ମର ରିଲିଜ ହୋଇଥିଲା। ରିଲିଜ ଦିନରେ ଫିଲ୍ମ ବ୍ୟବସାୟ ସବୁ ଭାଷାରେ ରେକର୍ଡ ଭାଙ୍ଗିଛି। ସବୁ ଫିଲ୍ମର ବ୍ୟବସାୟକୁ ପଛରେ ପକାଇ ବ୍ଲକବ୍ଲାଷ୍ଟର ଫିଲ୍ମ ହୋଇଛି ପୁଷ୍ପା-୨। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍। କ୍ରେଜ୍ ଏତେ ମାତ୍ରାରେ ରହିଛି ଯେ ଏହାର ଆଡଭାନ୍ସ ବୁକିଂ ସବୁ ରେକର୍ଡ ଭାଙ୍ଗିଛି । ସାରା ଦେଶରେ ବିଭିନ୍ନ ହଲ୍ରେ ଆସନ୍ତା ୩-୪ ଦିନ ପାଇଁ ଟିକେଟ ବୁକ ହୋଇସାରିଛି।

ସେହିପରି ଗତକାଲି ୫ମିନିଟରେ ସବୁ ସିନେମା ହଲ୍ ଆଗରେ ହାଉସ୍ ଫୁଲର ହୋଡିଂ ମଧ୍ୟ ଦେଖିବାକୁ ମିଳିଛି । ପ୍ରଥମ ଶୋ ନ ସରୁଣୁ ସିନେମା ହଲ୍ ଆଗରେ ଦ୍ଵିତୀୟ ଶୋ ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଏଥିସହ ପୁଷ୍ପା ୨ ପୁଣି ଏକ ବଡ ଇତିହାସ ରଚିଛି । ସବୁ ଭାଷାରେ ରିଲିଜ୍ ହୋଇ ଥିବା ଏହି ଫିଲ୍ମ ପ୍ରଥମ ଦିନରେ ଦମଦାର ଆୟ କରିଛି । ସେହିପରି ବଲିଉଡର ଅନେକ ହିଟ୍ ଚଳଚ୍ଚିତ୍ରକୁ ପଛରେ ପକାଇ ଗ୍ରାଣ୍ଡ ଓପନର ହୋଇଛି ପୁଷ୍ପା ୨ ।

ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନରେ ଫିଲ୍ମଟି ୧୭୫ କୋଟି ଟଙ୍କା କଲେକ୍ସନ କରିଛି। ହିନ୍ଦି ଭାଷାରେ ରିଲିଜ ହୋଇଥିବା ପୁଷ୍ପା ୨ ପ୍ରଥମ ଦିନରେ ୬୭କୋଟି ଆୟ କରିବା ସହ ଶାହାରୁଖଙ୍କ ଫିଲ୍ମ ‘ଜବାନ’କୁ ମଧ୍ୟ ପଛରେ ପକାଇ ବଲିଉଡର ସବୁଠାରୁ ଗ୍ରାଣ୍ଡ ଓପନର ହୋଇଛି । ଜବାନ ରିଲିଜର ପ୍ରଥମ ଦିନରେ ୬୫କୋଟି ଆୟ କରିଥିବା ବେଳେ ତା’ର ରେକର୍ଡ ଭାଙ୍ଗିଛି ପୁଷ୍ପା ୨ ।

ଭାରତୀୟ ସିନେମା ଇତିହାସରେ ଏହା ପ୍ରଥମ ଥର, ଯେତେବେଳେ କୌଣସି ଫିଲ୍ମ ଗୋଟିଏ ଦିନରେ ହିଁ ଭିନ୍ନ ଭିନ୍ନ ଭାଷାରେ ୫୦-୫୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ଫିଲ୍ମର କ୍ରେଜ ଯେଉଁଭଳି ରହିଛି ସେଥରୁ ଫିଲ୍ମ ଆଗାମୀ ଦିନରେ ଆହୁରି ରେକର୍ଡ କରିପାରେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *