ଡେଟିଂକୁ ନେଇ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ପୁଷ୍ପା-୨ ଏବେ ହଲରେ। ଦର୍ଶକ ମଧ୍ୟ ଫିଲ୍ମକୁ ଜବରଦସ୍ତ ରେସପନ୍ସ ଦେଇଛନ୍ତି। ପ୍ରଥମ ଦିନରେ ଫିଲ୍ମର ବ୍ୟବସାୟ ସବୁ ରେକର୍ଡ ଭାଙ୍ଗିଛି। ପୁଷ୍ପା-୨ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ ବଢ଼ୁଥିବା ବେଳେ ରଶ୍ମିକାଙ୍କୁ କିଛି ଖାସ୍ ଲୋକଙ୍କ ସହ ସିନେମା ହଲ ବାହାରେ ଦେଖିବାକୁ ମିଳିଥିଲା। ରଶ୍ମିକା ମନ୍ଦନାଙ୍କୁ ବିଜୟ ଦେବରକୋଣ୍ଡାଙ୍କ ଫ୍ୟାମିଲ ସହ ହଲ ବାହାରେ ଦେଖିବାକୁ ମିଳିଥିଲା। ପୁଷ୍ପା-୨କୁ ପରିବାର ବହୁତ ଏନଜୟ କରୁଥିବା କଥା ମଧ୍ୟ କୁହାଯାଇଛି। ସିନେମା ହଲରୁ ବାହାରିବା ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଗୁରୁବାର ରାତିରେ ଅଭିନେତ୍ରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ଯେଉଁଥିରେ ରଶ୍ମିକାଙ୍କୁ ହାଇଦ୍ରାବାଦର ଏକ ଥିଏଟରରେ ଦେଖିବାକୁ ମିଳିଥିଲା। ତାଙ୍କ ସହ ବିଜୟ ଦେବରାକୋଣ୍ଡାଙ୍କ ମାତା ଦେବରାକୋଣ୍ଡା ମାଧବୀ ଏବଂ ତାଙ୍କ ଭାଇ ଆନନ୍ଦ ଦେବରାକୋଣ୍ଡା ମଧ୍ୟ ଥିଲେ। ଭାଇରାଲ ଫଟୋରେ ବିଜୟ ନାହାଁନ୍ତି। ଏହି ଫଟୋ ଭାଇରାଲ ହେବା ପରେ ରଶ୍ମିକା ଏବଂ ବିଜୟଙ୍କ ଡେଟିଂ ଗୁଜବର ଚର୍ଚ୍ଚା ବଢ଼ିବାରେ ଲାଗିଛି। ରଶ୍ମିକା କିମ୍ବା ବିଜୟ ସେମାନଙ୍କ ସମ୍ପର୍କକୁ କେବେ ନିଶ୍ଚିତ କିମ୍ବା ଅସ୍ୱୀକାର କରିନାହାଁନ୍ତି।

ପୁଷ୍ପା-୨ ଦ ରୁଲ ଶ୍ରୀବଲ୍ଲୀ ଭୂମିକାରେ ନଜର ଆସିଛନ୍ତି ରଶ୍ମିକା ମନ୍ଦନା, ପୁଷ୍ପା ରାଜ ଭୂମିକାରେ ନଜର ଆସିଛନ୍ତି ଅଲ୍ଲୁ ଅର୍ଜ୍ଜୁନ। ଫିଲ୍ମ ରିଲିଜର ଗୋଟେ ଦିନ ପୂର୍ବରୁ ରଶ୍ମିକା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଂଟରେ ଧନ୍ୟବାଦ ଜଣାଇ ଏକ ଲମ୍ବା ନୋଟ୍ ଲେଖିଥିଲେ। ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ କହିଥିଲେ ମଧ୍ୟ ରଶ୍ମିକା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *