ଯୁବତୀଙ୍କୁ ଅଶ୍ଳୀଳ ଆଚରଣ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଯୁବତୀଙ୍କୁ ଅଶ୍ଳୀଳ ଆଚରଣ କଲେ କଂଗ୍ରେସ ନେତା । ଯୁବତୀ ଜଣକ ବିରୋଧ କଲେ ବି କଂଗ୍ରେସ ନେତା ଜଣକ କିଛି ଶୁଣୁନାହାନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓକୁ ଦେଖିବା ପରେ ଲୋକମାନେ ଜିଲ୍ଲା ସଭାପତିଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଉତ୍ତରପ୍ରଦେଶର ବାଗପାତ ଜିଲ୍ଲାର କଂଗ୍ରେସ ଦଳର ଜିଲ୍ଲା ସଭାପତି ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅଶ୍ଳୀଳ ଭାବେ କଥା ହେଉଥିବା ଶୁଣିବାକୁ ମିଳିଛି। ଯୁବତୀ ଜଣକ ରୁମ୍ ବାହାରେ ଠିଆ ହୋଇଥିବା ବେଳେ କଂଗ୍ରେସ ନେତା ରୁମ୍ ଭିତରେ ଅଛନ୍ତି । ସେ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି । ମହିଳା ଜଣକ ବିରୋଧ କରୁଥିଲେ ମଧ୍ୟ କଂଗ୍ରେସ ନେତା କିଛି ନ ଶୁଣି ଅଶ୍ଳୀଳ ଭାଷାରେ କଥା ହେଉଛନ୍ତି । ମହିଳା ଜଣକ କହୁଛନ୍ତି, ନା ସାର୍ । ଏହା ଭୁଲ ସାର୍ । ଏପରି କରନ୍ତୁ ନାହିଁ । ମୋ ମା ମୋତେ ମାରିଦେବେ । ଏହାପରେ କଂଗ୍ରେସ ନେତା କହୁଛନ୍ତି ନା, ଏଥିରେ କିଛି ଭୁଲ୍ ନାହିଁ। ତୁମେ ଏଠାକୁ ଆସ ତ।
ତେବେ ଭିଡିଓରେ ଦେଖିବାକୁ ମିଳୁଥିବା ମହିଳା ଜଣକ କିଏ ଏବଂ ଏହି ଭିଡିଓ କେଉଁଠାରୁ ଆସିଛି ତାହା ସ୍ପଷ୍ଟ ହୋଇ ନାହିଁ । ଭାଇରାଲ୍ ଭିଡିଓଟି ମୋଟ ୧ମିନିଟ୍ ୩୪ ସେକେଣ୍ଡର ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *