୭୦ ହଜାରରେ ମିଳୁଛି ଡାକ୍ତରୀ ଡିଗ୍ରୀ, ୧୪ ନକଲି ଡାକ୍ତର ଗିରଫ

ଗୁଜୁରାଟ: ୭୦ ହଜାର ଦିଅ , ଡ଼ାକ୍ତର ହୁଅ । ପାଠ ପଢ଼ା ଦରକାର ନାହିଁ । କେବଳ ୭୦ ହଜାର ଦେଲେ ମିଳିବ ଡାକ୍ତରୀ ଡିଗ୍ରୀ । ମାତ୍ର ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଲୋକେ ମଧ୍ୟ ଏହି ଡାକ୍ତରୀ ସାର୍ଟିଫିକେଟ୍ କିଣି ପାଲଟିଛନ୍ତି ଜଣେ ଜଣେ ଡାକ୍ତର । ଏବେ ଏଭଳି ଏକ ରାକେଟ୍‌କୁ ଧରିବାରେ ସଫଳ ହୋଇଛିି ଗୁଜରାଟର ସୁରଟ ପୋଲିସ । ଏହି ଗ୍ୟାଙ୍ଗର ମୁଖିଆଙ୍କ ସହିତ ୧୪ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ।

ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ନାଁ ଡାକ୍ତର ରମେଶ ଗୁଜରାଟୀ । ଏହି ଗ୍ୟାଙ୍ଗର ଡାଟାବେସ୍‌ରେ ୧୨୦୦ଟି ନକଲି ଡାକ୍ତରୀ ଡିଗ୍ରୀ ଥିବା ଜଣାପଡ଼ିଛି । ସେମାନଙ୍କର ସଂସ୍ଥା ରାଜ୍ୟ ସରକାରଙ୍କ ଆୟୁଷ ବିଭାଗ ସହିତ ଚୁକ୍ତି କରିଛି ବୋଲି ଲୋକଙ୍କୁ କହିଥିଲେ । ଡାକ୍ତରୀ ଡିଗ୍ରୀ ପ୍ରଦାନ କରିବାକୁ ଓ ପ୍ରଶିକ୍ଷଣ ଦେବାକୁ ସେମାନେ ପ୍ରତ୍ୟେକ ଲୋକଙ୍କଠାରୁ ୭୦ ହଜାର ଟଙ୍କା ଆଦାୟ କରୁଥିଲେ । ଏହି ସାର୍ଟିଫିକେଟ୍ ଦ୍ୱାରା ଏଲୋପାଥି ଓ ହୋମିଓପାଥି ଚିକିତ୍ସା କରିପାରିବେ ବୋଲି କୁହାଯାଉଥିଲା। ଟଙ୍କା ପାଇବାର ମାତ୍ର, ୧୫ ଦିନ ମଧ୍ୟରେ ମିଳୁଥିଲା ଡାକ୍ତରୀ ଡିଗ୍ରୀ । କିନ୍ତୁ, ଏହି ଡିଗ୍ରୀ ବୈଧ ଅବଧି ରହିଥିଲା । ପ୍ରତିବର୍ଷ ସେଗୁଡ଼ିକର ରିନ୍ୟୁ କରିବାକୁ ଏ ବାବଦକୁ ୫ ହଜାରରୁ ୧୫ ହଜାର ଟଙ୍କା ଦାବି କରୁଥିଲେ । ଯଦି କୌଣସି ନକଲି ଡାକ୍ତର ରିନ୍ୟୁ କରିବାକୁ ଫି’ ଦେଉ ନ ଥିଲେ, ତେବେ ଗ୍ୟାଙ୍ଗର ସଦସ୍ୟମାନେ ସେମାନଙ୍କୁ ଧମକଚମକ ଦେଉଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *