ମୁମ୍ବାଇ: ସନ୍ନି ଦେୱଲଙ୍କ ଆକ୍ସନ ଫିଲ୍ମ ଜାଟର ଟିଜର ରିଲି ହୋଇସାରିଛି। ଦେଢ଼ ମିନିଟର ଟିଜରରେ ସନ୍ନିଙ୍କ ଦମଦାର ଏଣ୍ଟ୍ରି ସହ ଦମଦାର ଚରିତ୍ର ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମର ଟିଜର ମୈଥ୍ରୀ ମୁଭି ମେକର୍ସଙ୍କ ଅଫିସିଆଲ ୟୁଟୁବରେ ସେୟାର କରାଯାଇଛି। ଏହା ହେଉଛି ସମାନ ପ୍ରଡକ୍ସନ୍ ହାଉସ୍ ଯାହା ପୁଷ୍ପା ୨ ଭଳି ବ୍ଲକ ବ୍ଲଷ୍ଟର ଫିଲ୍ମ ଦେଇଛି ।
‘ସେ ସନ୍ଧ୍ୟାର ଛାଇରେ ଆସନ୍ତି ଏବଂ ଆଲୋକ ପୂର୍ବରୁ ଅଦୃଶ୍ୟ ହୁଅନ୍ତି, କିନ୍ତୁ ଜାଣନ୍ତୁ ଯେ ସେହି ୧୨ ଘଣ୍ଟା ମଧ୍ୟରେ ସେ କିଛି ମିନିଟ୍ ଅପେକ୍ଷା ଅଧିକ ହାଡ ଭାଙ୍ଗିଛନ୍ତି’, ସନ୍ନି ଦେଓଲ୍ ଏହି ଇଣ୍ଟ୍ରୋ ଲାଇନ୍ ସହିତ ଟିଜର ଆରମ୍ଭ କରନ୍ତି । ଏହା ପରେ ସେ ଜଣେ ଜଣେ ଶତ୍ରୁଙ୍କ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି। ଟିଜରରେ ସନ୍ନି ଦେୱଲଙ୍କୁ ଆକ୍ସନ ଷ୍ଟାର ଭାବେ ଦେଖାଯାଇଛି। ଯାହା ପାଇଁ ସେ ବେଶ ପରିଚିତ।
ଟିଜର ଶେଷ ବେଳକୁ ଗଦରରେ ତାରା ସିଂହଙ୍କ ପରି ହ୍ୟାଣ୍ଡପମ୍ପ ସ୍ଥାନରେ ଏକ ବଡ଼ ଫ୍ୟାନ୍ ହାତରେ ଧରିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ସେ ତାଙ୍କ ଶତ୍ରୁଙ୍କ ଧୁଲାଇ କରୁଥିବା ଦେଖିବାକୁ ମିଳିଛି। ଟିଜରରେ କିଛି ସମୟ ପାଇଁ ରଣଦୀପ ହୁଡାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସେ ଭିଲେନ୍ ଚରିତ୍ରରେ ଫିଲ୍ମରେ ନଜର ଆସିଛନ୍ତି। ଫିଲ୍ମ ୨୦୨୫ ଏପ୍ରିଲରେ ରିଲିଜ ହେବ।