ଗୁଗୁଲ୍ ମ୍ୟାପକୁ ଭରସା କରି ଘଞ୍ଚ ଜଙ୍ଗଲରେ ରାତି କାଟିଲେ ପୂରା ପରିବାର

ପାଟ୍‌ନା: ପୁଣି ଗୁଗୁଲ ମ୍ୟାପ୍ ଦେଖାଇଲା ଭୁଲ ରାସ୍ତା । ଫଳରେ ଗୋଟେ ପରିବାରକୁ ଘଞ୍ଚ ଜଙ୍ଗଲରେ ରାତି କଟାଇବାକୁ ପଡ଼ିଛି । ଶେଷରେ ପୋଲିସ ଗାଁ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରିଥିଲା । କେହି ବି ଗୁଗୁଲ ମ୍ୟାପ୍ ଉପରେ ଭରସା କରି ଯାତ୍ରା ନ କରିବାକୁ ପରାମର୍ଶ ଦେଇଛନ୍ତି ।

ବିହାରର ବାସିନ୍ଦା ରାଜଦାସ ରଞ୍ଜିତଦାସ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ ଏକ କାର ଯୋଗେ ଗୋଆ ଅଭିମୁଖେ ଯାଉଥିଲେ । ଯାତ୍ରା ସହଜ କରିବା ପାଇଁ ସେମାନେ ଗୁଗୁଲ୍ ମ୍ୟାପର ସହାୟତା ନେଇଥିଲେ । ଭେଲଗାଭି ଜିଲ୍ଲାରେ ପହଞ୍ଚିବା ପରେ ଗୁଗୁଲ ମ୍ୟାପ ନିକଟ ଜଙ୍ଗଲକୁ ପ୍ରବେଶ କରିବାକୁ ଦର୍ଶାଇଥିଲା । ସେମାନେ ଶିରୋଲି ଏବଂ ହେମାଡାଗା ନିକଟ ଘଞ୍ଚ ଜଙ୍ଗଲ ଦେଇ ଯାଇଥିଲେ । ଜଙ୍ଗଲ ଭିତରେ ପ୍ରବେଶ କରିବା ପରେ ସେମାନଙ୍କ ମୋବାଇଲ ନେଟ୍‌ୱାର୍କ କଟି ଯାଇଥିଲା । ପରେ ପ୍ରାୟ ୮ କିଲୋମିଟର ଦୁର୍ଗମ ଜଙ୍ଗଲ ଭିତରେ ଘୂରି ବୁଲିଥିଲେ । ଏମିତି କି ଜଙ୍ଗଲରୁ ବାହାରିବା ପାଇଁ ସ୍ପଷ୍ଟ ରାସ୍ତା ନ ଥିଲା। ବାରମ୍ବାର ଉଦ୍ୟମ ସତ୍ତ୍ୱେ ସେମାନଙ୍କୁ ଘଞ୍ଚ ଜଙ୍ଗଲ ଭିତରେ ରାତି କଟାଇବାକୁ ବାଧ୍ୟ ହୋଇଥିଲେ। ବନ୍ୟପ୍ରାଣୀଙ୍କୁ ନେଇ ଭୟଭୀତ ବି ହୋଇପଡ଼ିଥିଲେ । କାରଣ ସେମାନଙ୍କ କାର ପାଖରେ କିଛି ବନ୍ୟଜନ୍ତୁ ଯାତାୟତ କରୁଥିବା ଦେଖିବାକୁ ପାଇଥିଲେ । ତା ପରଦିନ ସକାଳେ ନିକଟସ୍ଥ ଗାଁ ଲୋକଙ୍କ ସହାୟତାରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ସେମାନଙ୍କୁ ଜଙ୍ଗଲ ଭିତରୁ ଉଦ୍ଧାର କରିଥିଲେ ।

ଭୁଲ ଗୁଗୁଲ୍ ମ୍ୟାପ୍ ଯୋଗୁ ଏପରି ହେବା ପ୍ରଥମ ଘଟଣା ନୁହେଁ । ଅନେକ ଘଟଣା ଘଟିଥିବା ନଜିର ରହିଛି । ନିକଟରେ ଗୁଗୁଲ୍ ମ୍ୟାପ୍ ଯୋଗୁ ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ କାର ଅସମ୍ପୂର୍ଣ୍ଣ ବ୍ରିଜରୁ ତଳକୁ ଖସି ପଡ଼ିଥିଲା । ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି କିଛି ଦିନ ତଳେ ଏକ କାର ଗୁଗୁଲ ମ୍ୟାପ ଦେଖି ଯାଉଥିବା ବେଳେ କେନାଲ ଭିତରେ ପଶିଯାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେବାରୁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *