କଟକ: ନୂଆ ରୂପରେ କଟକ ରେଳ ଷ୍ଟେସନ । ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍ । ଯାହା ବିମାନବନ୍ଦରର ଭ୍ରମ ସୃଷ୍ଟି କରୁଛି । ଯାହା ରାଜ୍ୟରେ ପ୍ରଥମ ଯେ ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି କଟକ ଷ୍ଟେସନର ପ୍ଲାଟଫର୍ମ । ଆଧୁନିକତାର ସ୍ପର୍ଶ ପାଇଛି କଟକ ରେଳ ଷ୍ଟେସନର ପୂର୍ବପାର୍ଶ ଷ୍ଟେସନ ଭବନ ଓ ପ୍ରବେଶ ପଥ । ଯାହା ଅମୃତ ଷ୍ଟେସନ ସ୍କିମ୍ ଅଧିନରେ ପୁନଃନିର୍ମାଣ କରାଯାଇଛି । ଯାହା ଭାରତର ପୂର୍ବାଞ୍ଚଳରେ ସେବା ବୃଦ୍ଧି ଉପରେ ବିଶେଷ ଗୁରୁତ୍ବ ଦେବା ସହ ଭିତ୍ତିଭୂମିରେ ଉନ୍ନତି ତଥା ନାଗରିକଙ୍କ ପାଇଁ ଯାତ୍ରା ସହଜ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଦର୍ଶାଉଛି
ତେବେ ମୋଟ ୧୪.୬୩ କୋଟି ଟଙ୍କା ଅଟକଳ ବ୍ୟୟରେ ନିର୍ମିତ କଟକ ଷ୍ଟେସନର ପୂର୍ବ ପାର୍ଶ୍ବ ଜାତୀୟ ରାଜପଥ ସହ ସଂଯୋଗ କରି ଷ୍ଟେସନ ଭବନ ଓ ପ୍ରବେଶ ପଥକୁ ଆଧୁନୀକରଣ କରାଯାଇଛି । ଯାହା ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ସହଜ ଏବଂ ଅସୁବିଧାମୁକ୍ତ ସୁବିଧା ଯୋଗାଇବ । ପୂର୍ବ ପାର୍ଶ୍ୱ ଷ୍ଟେସନ ଭବନର ମୁଖ୍ୟ ଆକର୍ଷଣ ହେଉଛି, ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ପରିବେଷ୍ଟିତ ଅଞ୍ଚଳ ୨୧, ୨୭୦ ବର୍ଗଫୁଟରେ ନିର୍ମାଣ ହୋଇଛି । ଏହାବ୍ୟତୀତ ଆଧୁନିକ ସୁବିଧାରେ ଷ୍ଟେସନ ବିଲଡିଂରେ ଆଧୁନିକ ସୁବିଧା ଯେପରିକି ଫୁଡ କୋର୍ଟ, ଆଧୁନିକ ଶୌଚାଳୟ, ଟିକେଟ୍ କାଉଣ୍ଟର, ପ୍ରତୀକ୍ଷା କ୍ଷେତ୍ର, ଏସ୍କେଲେଟର୍, ଲିଫ୍ଟ ଏବଂ ଅନ୍ୟାନ୍ୟ ସୁବିଧା ରହିଛି।ଏହି ଷ୍ଟେସନରେ ପ୍ରଧାନମନ୍ତ୍ରୀ ଭାରତ ଜନଔଷଧି କେନ୍ଦ୍ର , ଏଟିଏମ୍ କିଓସ୍କ, ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ ଏବଂ ନାବାଡ୍ ଦ୍ୱାରା ପରିଚାଳିତ ୱାନ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଟ୍ରଲି ସମର୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ପ୍ରଦର୍ଶିତ ଓ ବିକ୍ରି ହେବ।
ରେଳବାଇ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳ ଷ୍ଟେସନର ୨ୟ ପ୍ରବେଶ ଦ୍ୱାରକୁ ଉଦଘାଟିତ କରିଛନ୍ତି। ଏଥିସହିତ ଅମୃତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରିଛନ୍ତି।