ଫ୍ୟାଶନ୍ ଶୋ’ ରେ ଜଲୱା ଦେଖାଇଲେ ୨ କ୍ୟାବିନେଟ୍ ମନ୍ତ୍ରୀ

ନୂଆଦିଲ୍ଲୀ: ରାମ୍ପରେ ଚାଲିଲେ ୨ କ୍ୟାବିନେଟ୍ ମନ୍ତ୍ରୀ । ଦିଲ୍ଲୀର ଭାରତ ମଣ୍ଡପରେ ଚାଲିଥିବା ଅଷ୍ଟଲକ୍ଷ୍ମୀ ମହୋତ୍ସବ ଅବସରରେ ଆୟୋଜିତ ଫ୍ୟାଶନ ଶୋରେ ଭାଗ ନେଇ ଜଲୱା ଦେଖାଇଥିଲେ ଏହି ଦୁଇ ମନ୍ତ୍ରୀ । ହଠାତ୍ ଏମାନଙ୍କୁ ରାମ୍ପରେ ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଦିଲ୍ଲୀର ଭାରତ ମଣ୍ଡପରେ ଆୟୋଜିତ ହୋଇଛି ଅଷ୍ଟଲକ୍ଷ୍ମୀ ମହୋତ୍ସବ । ଏହି ଅବସରରେ ସେଠାରେ ଫ୍ୟାଶନ ଶୋ ଆୟୋଜନ କରାଯାଇଥିଲା । ଏହି ଶୋରେ ମଡ଼େଲ ନୁହଁନ୍ତି, ମୋଦୀଙ୍କ ମନ୍ତ୍ରୀମାନେ ରାମ୍ପରେ ଚାଲୁଥିବା ଦେଖିବାକୁ ମିଳିଥିଲା । ଯାହାଙ୍କୁ ଦେଖି ଲୋକମାନେ ଚିକତ ହୋଇପଡ଼ିଥିଲେ । ର‌୍ୟାମ୍ପରେ ଚାଲିଥିଲେ ମୋଦୀ ସରକାରରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମଦାର । ଉଭୟ କ୍ୟାବିନେଟ୍ ମନ୍ତ୍ରୀ ବହୁତ ଷ୍ଟାଇଲିସ୍ ଶୈଳୀରେ ମଡ଼େଲଙ୍କ ପରି କ୍ୟାଟୱାକ୍ କରିଥିଲେ ।

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ଫ୍ୟାଶନେବଲ୍ କ୍ରିମ୍ ରଙ୍ଗର କୋଟ୍ ପିନ୍ଧିଥିଲେ । ବେକରେ ଏକ ଲାଲ ରଙ୍ଗର ମଫଲର ଥିଲା । ଏଥିସହିତ ସୁକାନ୍ତ ମଜୁମଦାର ମଧ୍ୟ କ୍ରିମ ରଙ୍ଗର କୋଟ୍‌ରେ ଥିଲେ । ବେକରେ ଏକ ଲାଲ ରଙ୍ଗର ପିସ୍ ପକାଇଥିଲେ । ଏନେଇ ସିନ୍ଧିଆ ସୋସିଆଲ ମିଡ଼ିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଆଉ ଲେଖିଛନ୍ତି, ବାସ୍ତବରେ ଏହା ସଂସ୍କୃତି ଏବଂ ସୃଜନଶୀଳତାର ଉତ୍ସବ । ଉତ୍ତର ପୂର୍ବ ଭାରତର ଚିତ୍ତାକର୍ଷକ ଶୈଳୀ ପ୍ରଦର୍ଶନ କରୁଥିବା ଫ୍ୟାଶନ ସୋ’ରେ ଏକ ସୁନ୍ଦର ସମୟ ଥିଲା । ପ୍ରତ୍ୟେକ ରାଜ୍ୟକୁ ଦକ୍ଷ କଳାକାର ଏବଂ ମଡେଲମାନେ ସୁନ୍ଦର ଭାବରେ ପ୍ରତିନିଧିତ୍ୱ କରିଥିଲେ । ମୋର ସହକର୍ମୀ ସୁକାନ୍ତ ମଜୁମଦାରଙ୍କ ସହ ଏହି କାର୍ଯ୍ୟକ୍ରମର ଅଂଶ ହୋଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *