ବର ନୁହେଁ, ଘୋଡ଼ାରେ ବସି ମଣ୍ଡପ ଆସିଲା କନ୍ୟା

ମହାରାଜଗଞ୍ଜ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ସେହିପରି ବିବାହ ସମୟରେ ବର କାର, ଘୋଡ଼ାଗାଡ଼ି, ଟ୍ରକ୍‌, ଟ୍ରାକ୍ଟର, ହେଲିକପ୍ଟରରେ ବସି ଆସୁଥିବା ଦେଖିଥିବେ ବା ଶୁଣିଥିବେ । ହେଲେ କନ୍ୟା ଘୋଡ଼ାରେ ବସି ମଣ୍ଡପ ଆସୁଥିବାର ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଭାଇରାଲ ହେଉଥିବା ଭିଡିଓଟି ଉତ୍ତରପ୍ରଦେଶ ମହାରାଜଗଞ୍ଜ ଜିଲାର । ଏହି ଜିଲାର ସିସବା ଗ୍ରାମର ଚିତ୍ରଗୁପ୍ତ ନଗର ୱାର୍ଡରେ ରୁହନ୍ତି ସଜ୍ଜନ ଅଗ୍ରୱାଲ । ତାଙ୍କ ଝିଅର ବିବାହ ସ୍ଥିର ହୋଇଥିଲା । ବିବାହ ଦିନ କନ୍ୟା ବେଶରେ ସଜ୍ଜେଇ ହୋଇ ମଣ୍ଡପ ବାହାରିଥିଲା ଝିଅ । ହେଲେ କୌଣସି ଗାଡ଼ିରେ ନୁହେଁ, ଘୋଡ଼ାରେ ବସି କନ୍ୟାଯାତ୍ରୀ ଧରି ସିଧା ମଣ୍ଡପରେ ପହଞ୍ଚିଲା କନ୍ୟା । ରୋସଣି କରି ଘୋଡ଼ାରେ ବସି ଯାଉଥିବା କନ୍ୟାକୁ ଦେଖି ଲୋକେ କିଛି ସମୟ ଅଟକି ଯାଉଥିଲେ । କନ୍ୟାଙ୍କ କହିବା କଥା, ଆଜିକାଲି ପୁଅ ଓ ଝିଅ ଉଭୟ ସମାନ । ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏ କଥାକୁ ଲୋକଙ୍କ ପାଖରେ ପହଁଞ୍ଚାଇବା ପାଇଁ ଏ ପ୍ରକାର ନିଆରା ପରମ୍ପରା ଆପଣାଇଛନ୍ତି । ଲମ୍ବା ସମୟ ଧରି ବର ହିଁ ଘୋଡ଼ାରେ ବସି ବରଯାତ୍ରୀ ନେଇ ଯିବାର ପ୍ରଥା ରହିଆସୁଛି । କିନ୍ତୁ ଏବେ ସମୟ ବଦଳିଯାଇଛି । ପୁଅ ଓ ଝିଅ ଭିତରେ କୌଣସି ପ୍ରଭେଦ ନାହିଁ । ବର୍ତ୍ତମାନ ସମୟରେ ପ୍ରତିଟି କ୍ଷେତ୍ରରେ ପୁରୁଷଙ୍କ ସହିତ ମହିଳା କାନ୍ଧରେ କାନ୍ଧ ମିଶେଇ ଛିଡ଼ା ରହୁଛନ୍ତି । ଏବେ ବି ଅନେକଙ୍କ ମନରେ ପୁଅ, ଝିଅଙ୍କୁ ନେଇ ଭେଦଭାବ ରହିଛି । ଯାହାକୁ ଦୂର କରିବା ପାଇଁ ଉତ୍ତର ପ୍ରଦେଶର ଏକ ଛୋଟିଆ ଗାଁରେ ରହୁଥିବା ଯୁବତୀଙ୍କ ଏହି ପ୍ରୟାସ କରିଛନ୍ତି । ଯାହା ନିହାତିପକ୍ଷେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *