ରେଖାଙ୍କ ପ୍ରକୃତ ନାଁ କ’ଣ ?

ମୁମ୍ବାଇ: ଭାରତୀୟ ସିନେମାରେ ରେଖା ହେଉଛନ୍ତି ଜଣେ ଭର୍ସାଟାଇଲ୍ ଅଭିନେତ୍ରୀ । ବିଭିନ୍ନ କାରଣରୁ ତାଙ୍କର ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଲୋକ ବହୁତ କଥା କୁହନ୍ତି। କୁହାଯାଏ ସେ ଏକାଧିକ ବିବାହ କରିଛନ୍ତି ବୋଲି। ତାଙ୍କର ନାଁ ବଲିଉଡର ଅନେକ କଳାକାରମାନଙ୍କ ସହ ଯୋଡ଼ାଯାଇଛି। ସମସ୍ତେ ଜାଣନ୍ତି ଅମିତାଭ ବଚ୍ଚନ ଓ ରେଖାଙ୍କ କଥା। ତେବେ ଏକଥାକୁ ନେଇ ମଧ୍ୟ ରେଖା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏପଟେ  ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ରେଖାଙ୍କର ସିନ୍ଦୁର ଲଗାଇବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ରେଖା ବିଜନେସମ୍ୟାନ୍ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ। ମାତ୍ର ମୁକେଶ ବିବାହର ବର୍ଷେ ପରେ ଆତ୍ମହତ୍ୟା କରିଦେଇଥିଲେ ।

ରେଖାଙ୍କର ପ୍ରକୃତ ନାଁ ଭାନୁରେଖା ଗଣେଶନ। ସେ ସାଉଥ ଇଣ୍ଡିଆନ ଫିଲ୍ମର ପ୍ରସିଦ୍ଧ ଅଭିନେତା ଜେମିନୀ ଗଣେଶନ ଓ ତେଲୁଗୁ ଅଭିନେତ୍ରୀ ପୁଷ୍ପାବଳୀଙ୍କ ଝିଅ। କୁହାଯାଏ ଯେ ରେଖା ଯେତେବେଳେ ଜନ୍ମ ହେଲେ ସେତେବେଳେ ତାଙ୍କ ମାତା-ପିତାଙ୍କର ବିବାହ ହୋଇନଥିଲା। ରେଖାଙ୍କ ଜୀବନ ପୁରା ସଂଘର୍ଷମୟ ଥିଲା। କାରଣ ତାଙ୍କ ପିତା କେବେହେଲେ ତାଙ୍କୁ ନିଜର କରିବାକୁ ଚାହିଁଲେ ନାହିଁ କି କେବେ ତାଙ୍କର ମୂଲ୍ୟ ବୁଝିଲେ ନାହିଁ। ଏପରିକି ରେଖାଙ୍କୁ କେବେ ହେଲେ ନିଜର  ଜନ୍ମଦାତାଙ୍କ ନାଁ ମଧ୍ୟ ମିଳିଲା ନାହିଁ। ତାଙ୍କ ପିତା ପ୍ରାୟ 4ଟି ବିବାହ କରିଥିଲେ କିନ୍ତୁ ରେଖାଙ୍କ ମାଁଙ୍କୁ କେବେ ବିବାହ କରିନାହାନ୍ତି। ରେଖା ତାଙ୍କ ପିତାଙ୍କୁ ଏତେ ଘୃଣା କରନ୍ତି ଯେ ତାଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହୋଇନଥିଲେ। ବୋଧ ହୁଏ ଏହି ସବୁ କାରଣରୁ ରେଖା ତାଙ୍କ ନାଁରୁ ସାଙ୍ଗିଆ କାଟି ଦେଇଥିଲେ।

ରେଖାଙ୍କୁ ଏୟାର ହୋଷ୍ଟେସ୍ ହେବାକୁ ବହୁତ ଇଚ୍ଛା ଥିଲା। ହେଲେ କମ୍ ବୟସ କାରଣରୁ ସେ ରିଜେକ୍ଟ ହୋଇଯାଇଥିଲେ। ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା, ଯେବେ ସେ ନନ୍ ବା ଖ୍ରୀଷ୍ଟୀୟ ମାତା ହେବା ପାଇଁ ସ୍ଥିର କରିଥିଲେ। ଆୟରଲ୍ୟାଣ୍ଡରେ ଏକ କନଭେଣ୍ଟ୍ ସ୍କୁଲରେ ପଢିବା ପରେ ତାଙ୍କ ମନକୁ ଏପରି କଥା ଆସିଥିଲା।

ଆର୍ଥିକ ସମସ୍ୟା ଥିବାରୁ ରେଖାଙ୍କୁ ତେଲୁଗୁ ବି ଓ ସି ଗ୍ରେଡ୍ ଫିଲ୍ମରେ କାମ କରିବା ପାଇଁ ବାଧ୍ୟ କରାଗଲା। ଏହା ପରେ ସେ 1970ରେ ମୋହନ ସେହେଗଲଙ୍କ ନିର୍ଦ୍ଦେଶିତ ବଲିଉଡ୍ ଫିଲ୍ମରେ ଡେବ୍ୟୁ କରିଥିଲେ। ହେଲେ ଶ୍ୟାମଳ ରଙ୍ଗ ବା ଡସ୍କି ଚେହେରା ପାଇଁ ତାଙ୍କୁ ନେଇ ବଲିଉଡରେ ବହୁତ ପରିହାସ କରାଗଲା। ତାଙ୍କର ଖୁବ ଇଚ୍ଛା ଥିଲା ଯେ ସେ ବଲିଉଡର ପ୍ରସିଦ୍ଧ ଅଭିନେତା ଦିଲୀପ କୁମାରଙ୍କ ହିରୋଇନ ହେବେ। ହେଲେ ତାଙ୍କର ଏହି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା।

ରେଖାଙ୍କୁ ବଲିଉଡର ଏଭର ଗ୍ରିନ୍ ଡିଭା କୁହାଯାଏ। ତାଙ୍କ ପାଖରେ କେହି ଡିଜାଇନର ନାହାଁନ୍ତି। ସେ ନିଜ ଲୁକ ନିଜେ ହିଁ ଡିଜାଇନ କରନ୍ତି। କାଞ୍ଜିବରମ ଶାଢୀ ପିନ୍ଧିବାକୁ ସେ ବହୁତ ଭଲପାଆନ୍ତି। ସେ ନିଜର ପୁରୁଣା ଶାଢ଼ୀକୁ ନୂଆ ନୂଆ ଷ୍ଟାଇଲରେ ପିନ୍ଧିବାକୁ ଭଲପାଆନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ହେମା ମାଳିନୀ ତାଙ୍କର ବହୁତ ଭଲ ବନ୍ଧୁ। ହେମା ମାଳିନୀଙ୍କ ସବୁ ଇଭେଣ୍ଟରେ ରେଖା ସ୍ପେଶାଲ ଗେଷ୍ଟ ହୋଇଥାନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *