ମୁମ୍ବାଇ: ସୋନୁ ସୁଦଙ୍କ ଫିଲ୍ମ ‘ଫତେହ’ର ଟିଜର ରିଲିଜ ହୋଇଯାଇଛି। ଟିଜର ଦମଦାର ଚରିତ୍ରରେ ନଜର ଆସିଛନ୍ତି ସୋନୁ ସୁଦ। ଏହି ଆକ୍ସନ ଫିଲ୍ମ ପରଦାରେ ଦର୍ଶକଙ୍କ ହୋସ ଉଡ଼ାଇବାକୁ ପ୍ରସ୍ତୁତ ହେଉଛି। ଫିଲ୍ମରେ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି। ଫିଲ୍ମର ଦମଦାର ଟିଜର ସହ କେଉଁ ତାରିଖରେ ଫିଲ୍ମ ପରଦାକୁ ଆସିବ ତାହା ମଧ୍ୟ କୁହାଯାଇଛି
ବହୁ ବର୍ଷର ବ୍ୟବଧାନ ପରେ ଜବରଦସ୍ତ ଆକ୍ସନ ସିନ୍ ସହ ବଡ଼ ପରଦାକୁ ଫେରିଛନ୍ତି ସୋନୁ ସୁଦ। ରିଲିଜ ହେବା ଅପେକ୍ଷାରେ ଥିବା ଫିଲ୍ମ ଫତେହରେ ଆକ୍ସନ ଷ୍ଟାରରେ ନଜର ଆସିବେ ସୋନୁ। ମେକର୍ସଙ୍କ ପକ୍ଷରୁ ଏହି ଫିଲ୍ମର ଟିଜର ରିଲିଜ କରାଯାଇଛି। ଟିଜରରେ ମେକର୍ସ କ୍ଲିୟର କରିଦେଇଛନ୍ତି ଫିଲ୍ମରେ ଦର୍ଶକ ଦମଦାର ଆକ୍ସନ ସିନ୍ ଦେଖିବାକୁ ପାଇବେ।
ଟିଜରରେ ସୋନୁ ସୁଦ ଫତେହ ଚରିତ୍ରରେ ନଜର ଆସିଛନ୍ତି। ଯିଏ ତାଙ୍କ ଅତୀତକୁ ଭୁଲି ପଞ୍ଜାବରେ ଶାନ୍ତିପୂର୍ଣ୍ଣ ଜୀବନ ବିତାଉଥିଲେ। ହେଲେ ଜଣେ ଝିଅ ସାଇବର ମାଫିଆଙ୍କ ଟାର୍ଗେଟରେ ଦିଲ୍ଲୀରୁ ଗାଏବ ପରେ ଫତେହ ପୁଣି ଥରେ ପୁରୁଣା ଜୀବନକୁ ଫେରିଯାଇଛି। ସମ୍ପୁର୍ଣ୍ଣ ସାଇବର ମାଫିଆଙ୍କ ନେଟୱର୍କକୁ ଶେଷ କରିବା ପାଇଁ ଶପଥ ନେଇଛନ୍ତି। ଟିଜରରେ ଜ୍ୟାକଲିନ୍ ଫର୍ଣ୍ଣାଡିଜ ଗୁଣ୍ଡା ସହ ଲଢ଼ୁଥିବାର ଦେଖିବାକୁ ମିଳିଛି। ଫିଲ୍ମରେ ବିଜୟ ରାଜ ଏବଂ ନସିରୁଦ୍ଦିନ ଶାହ ମଧ୍ୟ ଗୁରୁତ୍ୱପୂ୍ର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ୧୦ ଜାନୁଆରୀରେ ଫିଲ୍ମ ପରଦାକୁ ଆସିବ।